କାଶ୍ମୀରର ବାରମୂଳାରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ : ଜଣେ ଯବାନ ଗୁରୁତର

Published By : Prameya-News7 Bureau | August 12, 2020 IST

ଶ୍ରୀନଗର ୧୨/୮: ଜାମ୍ମୁ-କାଶ୍ମୀରରେ ସେନାର ପାଟ୍ରୋଲିଂ ପାର୍ଟିରେ ଆତଙ୍କବାଦୀ ଆକ୍ରମଣ ହୋଇଛି।  ବାରମୂଳା ଜିଲ୍ଲାର ସୋପାରର ହ୍ୟାଗ୍ରମ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ପାଟ୍ରୋଲିଂ ପାର୍ଟି ଉପରକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସେନାର ଜଣେ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ସେନା,ସିଆରପିଏଫ ଏବଂ ପୋଲିସଙ୍କ ସଂଯୁକ୍ତ ପାର୍ଟି ହ୍ୟାଗ୍ରମରେ ଟାଇମ୍ ପାସ୍ ହୋଟେଲ୍ ପାଖରେ କିଛି ରାଉଣ୍ଡ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ପାଲଟା ଜବାବ ଦେଇଥିଲେ କିନ୍ତୁ ଆତଙ୍କବାଦୀ ଘଟଣାସ୍ଥଳରୁ ପଳାୟନ କରିଥିଲେ।

 ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଫାୟାରିଂରେ ସେନାର ଜଣେ ଯବାନ ଆହତ ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ସୁରକ୍ଷାକର୍ମୀମାନେ ସମଗ୍ର ଅଞ୍ଚଳକୁ ଘେରାଉ କରିଛନ୍ତି ଏବଂ ଅନୁସନ୍ଧାନ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.