ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲ ହମଲା: ଜଣେ ଯବାନ ସହିଦ, ୫ ଗୁରୁତର

Published By : Prameya-News7 Bureau | March 19, 2019 IST

ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲ ହମଲା । ମାଓବାଦୀମାନେ ସି.ଆର୍.ପି.ଏଫ୍  ଗାଡି ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଅରନପୁରାରେ ଚାଲିଥିବା ରାସ୍ତା କାମ ପାଇଁ ୨୩୧ ବାଟାଲିୟନର ସି.ଆର୍.ପି.ଏଫ୍ ଯବାନମାନେ ଏକ କନଭୟରେ ଯାଉଥିଲେ । ଏମାନଙ୍କ ସହ ରାଜ୍ୟ ପୋଲିସ୍ ର ୟୁନିଟ୍ ମଧ୍ୟ ରହିଥିଲା । ତେବେ କୋଣ୍ଡାପରା ଓ କମଲପୁର ଗାଁ ମଧ୍ୟରେ ଥିବା ଜଙ୍ଗଲ ନିକଟରେ ହିଁ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ି ନିକଟରେ ପ୍ରଥମେ ଆଇ.ଇ.ଡି ବିସ୍ଫୋରଣ କରିଥିଲେ । ଏହାପରେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଯବାନଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି । ଏହି ହମଲାରେ ସି.ଆର୍.ପି.ଏଫ୍ ର ଜଣେ ହେଡ୍  କନଷ୍ଟେବଲ ସହିଦ ହୋଇଥିବା ବେଳେ , ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ୍ ସ୍ଥାନନ୍ତର କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.