କାଶ୍ମୀର ରଜୋରୀ ଅଂଚଳରେ ପାକିସ୍ତାନର ଗୁଳିବର୍ଷା : ଜଣେ ଯବାନ ସହିଦ, ୩ ଗୁରୁତର

Published By : Prameya-News7 Bureau | March 18, 2019 IST

କାଶ୍ମୀର ୧୮/୩ : ଜାମ୍ମୁ କାଶ୍ମୀର ରଜୋରୀ ଜିଲ୍ଲାରେ ଆଜି ସକାଳେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଯୁଦ୍ଧ ବିରତି ଉଲଂଘନ କରିଛି | ଲଗାତାର ଗତକାଲିଠାରୁ ପାକିସ୍ତାନ ନିୟନ୍ତ୍ରଣ ରେଖା ଉଲଂଘନ କରିଚାଲିଛି | ଏଥିରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଥିବାବେଳେ ୩ ଯବାନ ଆହତ ହୋଇଛନ୍ତି |


ଘଟଣା ରଜୋରୀ ଜିଲ୍ଲାର କେରି ବଟ୍ଟଲ ସିମବର୍ତ୍ତୀ ଅଂଚଳରେ ଘଟିଛି | ରକ୍ଷା ପ୍ରବକ୍ତା କହିଛନ୍ତି, ସୋମବାର ସକାଳ ପ୍ରାୟ ସାଢେ ୫ଟା ବେଳେ ପାକିସ୍ତାନୀ ସେନା ରଜୋରୀ ଜିଲ୍ଲାର ସୁନ୍ଦରବନି ସେକ୍ଟରରେ ନିୟନ୍ତ୍ରଣ ରେଖାରେ ଯୁଦ୍ଧ ବିରତି ଉଲଂଘନ କରି ମୋର୍ଟାର ଛାଡିଥିଲେ ଏବଂ ଗୁଳି ଚଳାଇଥିଲେ | ଭାରତୀୟ ସେନା ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି |


ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ପାକିସ୍ତାନର ଆତଙ୍କୀ ହମଲା ପରେ ସୀମାରେ ତିକ୍ତତା ଜାରି ରହିଛି | ସେହି ଦିନ ଠାରୁ ନିୟନ୍ତ୍ରଣ ରେଖାରେ ଯୁଦ୍ଧବିରତି ଉଲଂଘନ କରି ୧୦୦ରୁ ଅଧିକ ଘଟଣାରେ ପାକିସ୍ତାନୀ ସେନା ଅନେକ ଗାଁକୁ ଟାର୍ଗେଟ କରିଥିଲା | ଏଥିରେ ଗୋଟିଏ ପରିବାରର ୩ ସଦସ୍ୟଙ୍କ ସମେତ ୪ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକେ ଆହତ ମଧ୍ୟ ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.