ପୋଲିଓ ବୁନ୍ଦା ଖାଇ ଦେଢ଼ ମାସ ଶିଶୁର ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | September 19, 2018 IST

ଢେଙ୍କାନାଳ ୧୯/୯ : ପୋଲିଓ ବୁନ୍ଦା ଖାଇ ଦେଢ ମାସର ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି | ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ କରସାହିରେ ଘଟିଛି ଏଭଳି ଅଘଟଣ | ଦୁଷ୍ମନ୍ତ ପେଣ୍ଠେଇଙ୍କ ଦେଢ ମାସର ଶିଶୁ ଗତକାଲି ପୋଲିଓ ବୁନ୍ଦା ନେଇଥିଲା | ତେବେ ପୋଲିଓ ବୁନ୍ଦା ନେଇକି ଫେରିବା ପରେ ରାତିରେ ହଠାତ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା | ରାତିରେ ଶିଶୁଟିକୁ ବାପା ମା ଅନୁଗୁଳ ଡାକ୍ତରଖାନା ନେଇକି ଯାଇଥିଲେ | ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ | ଶିଶୁ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି | ଶିଶୁର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ | ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.