ବ୍ରାଉନସୁଗାର ଜବତ, ଜଣେ ଗିରଫ, ପୋଲିସକୁ ଚକମା ଦେଇ ଖସିଗଲେ ୨ ବେପାରୀ

Published By : Prameya-News7 Bureau | February 26, 2021 IST

ବ୍ୟାସନଗର, ୨୬/୦୨ :  ଯାଜପୁର ରୋଡ ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବେପାର ବଢୁଥିବା ଅଭିଯୋଗ ପରେ ପୋଲିସ ଆକ୍ସନ ନେଇଛି। ଵ୍ରାଉନସୁଗାର ଵେପାରୀଙ୍କ ଉପରେ ନଜର ରଖି ଵୁଧବାର ରାତିରେ ଜଣେ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଦାନଗଦି ହାଟରେ ଧଳାଜହର କାରବାର ପାଇଁ ଯାଉଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ ସୂଚନା ପାଇ ଦାନଗଦି ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ସଦଳବଳେ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ପ୍ରାୟ ୩୦ହଜାର ଟଙ୍କା ମୂଲ୍ୟର ୫୦ପୁଡିଆ ବ୍ରାଉନସୁଗାର ଜବତ ହୋଇଥିଲା । ଏହା ସହ ମୟୁରଭଞ୍ଜର ଦେବବ୍ରତ ସାହୁ (୨୮) ଧରାପଡିଥିଲେ ।

ତେବେ ଚକମା ଦେଇ ୨ଜଣ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ଧରାପଡିଥିବା ଯୁବକ ଠାରୁ ୩୮୦୦ଟଙ୍କା ଜଵତ କରାଯାଇଥିଲା । ଧଳାଜହର କାରବାରର ଲିଙ୍କ୍ ବାଲେଶ୍ବରରୁ ଥିବା ପୋଲିସ ଜାଣିବାକୁ ପାଇଛି । ଗିରଫ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ପୋଲିସ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.