ଗାଧୋଇବାକୁ ଯାଇ ବୁଡ଼ିଗଲେ ଯୁବକ
5/08/2019 at 10:39 AM

କେନ୍ଦୁଝର ୫/୮: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମର କୁଣ୍ଡିଆ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଭୁଲୁଦା ଗ୍ରାମର ପ୍ରିୟବ୍ରତ ନାଏକ ।ଗତକାଲି ଅପରାହ୍ନରୁ ସେ ଗାଧେଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ।
ଘର ଲୋକ ଖୋଜାଖୋଜି କରିବା ପରେ ନାଳରେ ବୁଡିଯାଇଥିବା ଜାଣିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ଓ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜବତ କରିଛି।
Related Posts
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021