Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବସ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ; ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

8/06/2018 at 5:06 AM

ବସ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଞ୍ଚେର ଛକରେ ଚକାଡୋଳା ନାମକ ବସ୍ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଚାଞ୍ଚେର ଗାଁର ରେଙ୍ଗଟା ହରିଜନ । ରେଙ୍ଗଟା ଶୌଚ ପାଇଁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବସ୍ ଅଟକାଇ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ କେସିଙ୍ଗା-ଭବାନୀପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । କିନ୍ତୁ ଜିଲ୍ଲାପାଳ ଓ ଗାଡି ମାଲିକ ଘଟଣାସ୍ଥଳକୁ ଆସି ଆଲୋଚନା କରିବାକୁ ଆନ୍ଦୋଳନକାରୀମାନେ ଅଡି ବସିଛନ୍ତି । କିନ୍ତୁ ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।

Leave a Reply

   Related Posts