ପିକଅପ ଧକ୍କାରେ ଜଣେ ମୃତ ଦୁଇ ଗୁରୁତର
19/09/2018 at 2:57 PM

ରାଇରଙ୍ଗପୁର ୧୯/୯ : ରାଇରଙ୍ଗପୁରରେ ଅଜଣା ପିକଅପ ଭ୍ୟାନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ମୃତ ଯୁବକ ହେଲେ ତିରିଂ ଥାନା ଇଚାଘୁଟୁ ଗ୍ରାମର ଅର୍ଜୁନ ମୁର୍ମୁ । ଗୁରୁତରଙ୍କୁ ବହଲଦା ଡାକ୍ତରଖାନାରେ ଭର୍ତି କରା ଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ରାଇରଙ୍ଗପୁର ଟାଟା ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।
Related Posts
ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍, ହାଇୱା ଓ ଟ୍ରକ ଜବତ
25 February 2021
ରାଜଧାନୀରେ ପାରଦ ୩୮ ଡିଗ୍ରୀ ଟପିଲା, ୧୧ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ
25 February 2021
ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
25 February 2021