ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର
17/06/2019 at 12:40 PM

ପଦ୍ମପୁର ୧୭/୬ : ପଦ୍ମପୁର ଉପଖଣ୍ଡ ଦହିତା ପଂଚାୟତର ଲେଦ୍ରାପାଲି ଗ୍ରାମରେ ବଜ୍ରପାତ ଯୋଗୁଁ ଜଣଙ୍କ ମୃତୁ ହୋଇଥିବା ବେଳେ ଆଉ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ପାଟଣାଗଡ଼ ନିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ନାରାୟଣ ବରିହା (୨୫) ଏବଂ ପବିତ୍ର ବାରିହା (୨୪) ରାତିରେ ସୋଇଥିବାବେଳେ ରାତି ପାଖାପାଖି ୨ଟା ସମୟରେ ବଜ୍ରପାତ ହୋଇ ଥିଲା । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ଚିକିତ୍ସାଳୟକୁ ଅଣା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନାରାୟଣ ବରିହାଙ୍କ ମୃତ୍ୟୁ ହୋଇଥିବାବେଳେ ପବିତ୍ର ବରୀହଙ୍କୁ ପାଟଣାଗଡ଼ ଚିକିତ୍ସାଳୟକୁ ନିଆଯାଇଛି ।

Related Posts
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021
ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
27 January 2021