ବରଗଡ଼ରେ ଗୁଳିକାଣ୍ଡ : ରାତିରେ ଘରେ ଶୋଇଥିବାବେଳେ ଜଣକୁ ଗୁଳି କରି ହତ୍ୟା

Published By : Prameya-News7 Bureau | June 10, 2019 IST

ବରଗଡ ୧୦/୬ : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁଡା ଗାଁରେ ଗୁଳିକାଣ୍ଡ ଘଟିଛି । ୫୦ ବର୍ଷୀୟ ବସନ୍ତ ପ୍ରଧାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରାତିରେ ଘରେ ଶୋଇଥିବା ବେଳେ ଗୁଳିମାଡ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

{"id":121567}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.