ହାତୀ ଆକ୍ରମଣରେ ଜଣେ ମୃତ

Published By : Prameya-News7 Bureau | June 17, 2019 IST

ମୋରଡା ୧୭/୬ : ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଜିଲ୍ଳା ରାସଗୋବିନ୍ଦପୁର ରେଞ୍ଜ ଡାଙ୍କରବିଲା ଗାଁରେ ଝାରଖଣ୍ଡି ହାତୀ ଆକ୍ରମଣରେ ହରିଆ ସରେନ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରୁ ଝାରଖଣ୍ଡ ଦଲମା ଜଙ୍ଗଲରୁ ୧୨ ରୁ ଉର୍ଦ୍ଧ୍ବ ହାତୀ ପଶ୍ଚିମବଙ୍ଗ ଦେଇ ରାସଗୋବିନ୍ଦପୁର ରେଞ୍ଜରେ ପ୍ରବେଶ କରିଥିଲେ । ଆଜି ସକାଳୁ ଡ଼ାଙ୍ଗରବିଲା ଗାଁ ଦେଇ ହାତୀପଲ ଯାଉଥିବା ବେଳେ ହରିଆ ସରେନ ହାତୀପଲ ହାବୁଡ଼ରେ ପଡ଼ିଥିଲେ । ହାତୀ ପଲ ହରିଆ ସରେନକୁ ଦଳି ଦେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.