Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଚୀନରେ ବ୍ୟୁବୋନିକ୍ ପ୍ଲେଗ୍‌ରେ ଜଣକର ମୃତ୍ୟୁ, କ୍ଵାରେଣ୍ଟାଇନ୍‌ରେ ୧୫ ଜଣ : ମର୍ମଟ୍ ମାଂସ ନ ଖାଇବାକୁ ସରକାରଙ୍କ ଅପିଲ୍

17/07/2020 at 12:34 PM

ବେଜିଙ୍ଗ ୧୭/୦୭ : କରୋନା ସଂକ୍ରମଣ ପରେ ଚିନରୁ ପୁଣି ବ୍ୟୁବୋନିକ ପ୍ଲେଗ ବ୍ୟାପିବାର ଭୟ ସଞ୍ଚାର ହୋଇଛି | ଚୀନର ମଙ୍ଗୋଲିୟାରୁ ଆରମ୍ଭ ହୋଇଥିବା ବ୍ୟୁବୋନିକ ପ୍ଲେଗ ସଂକ୍ରମଣ ବଢ଼ିବାରେ ଲାଗିଛି | ଖବର ଅନୁଯାୟୀ, ପଶ୍ଚିମ ମଙ୍ଗୋଲିୟାରେ ପ୍ଲେଗରେ ୧୫ ବର୍ଷର ବାଳକର ମୃତ୍ୟୁ ହୋଇଛି | ଏହି ଯୁବକରେ ସମ୍ପର୍କରେ ଆସିଥିବା ୧୫ ଜଣଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି | ଅପରପକ୍ଷରେ ଆମେରିକା କୋଲୋରାଡୋରେ ଏକ ଗୁଣ୍ଡୁଚି ମୂଷାର ରିପୋର୍ଟ ପଜିଟିଭ ଆସିଛି | ଏହାପରେ ଏହି ଗୁଣ୍ଡୁଚି ମୂଷା ସମ୍ପର୍କରେ ଆସିଥିବା ଜଣେ ବ୍ୟକ୍ତିଙ୍କୁ କ୍ଵାରେଣ୍ଟାଇନ କରାଯାଇଛି |

ଡେଲି ମେଲ ରିପୋର୍ଟ ଅନୁଯାୟୀ, ଚୀନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି | ମନ୍ତ୍ରାଳୟର ପ୍ରବକ୍ତା ନାରେଗେରେଲ କହିଛନ୍ତି ଯେ, ଆଉ ଦୁଇ ଜଣ ବାଳକ ମଧ୍ୟ (ମର୍ମଟ) ମୂଷା ଭଳି ଏକ ଜନ୍ତୁରେ ମାଂସ ଖାଇଥିଲେ | ସେମାନଙ୍କ ଚିକିତ୍ସା ଚାଲିଛି | ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ମାମଲା ସାମ୍ନାକୁ ଆସିବା ପରତେ ଗୋବି-ଅଲତାଇ ଅଞ୍ଚଳର ସମସ୍ତଙ୍କୁ କ୍ଵାରେଣ୍ଟାଇନ କରିବାକୁ ଆଦେଶ ଜାରି କରାଯାଇଛି | ମଙ୍ଗୋଲିୟା ସରକାର ଆଲର୍ଟ ଜାରି କରି ମର୍ମଟ ନ ଖାଇବାକୁ ଅପିଲ କରିଛନ୍ତି | ଚୀନ ନ୍ୟୁଜ ଏଜେନ୍ସି ସିଂହୁଆ ଅନୁଯାୟୀ, ବ୍ୟୁବୋନିକ ପ୍ଲେଗର ଶିକାର ହୋଇଥିବା ଆଉ ଜଣେ ରୋଗୀର ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ଅଛି | ବ୍ୟୁବୋନିକ ପ୍ଲେଗ ବ୍ୟାକ୍ଟେରିଆ ସାଧାରଣତଃ ମୂଷାଙ୍କ ଦ୍ୱାରା ବ୍ୟାପିଥାଏ | ଚୀନରେ ଏହା ଗୁଣ୍ଡୁଚି ମୂଷା ଭଳି ଜୀବ ମର୍ମଟରୁ ବ୍ୟାପିଛି | ଏହି ଜୀବ ସାଧାରଣତଃ ମଙ୍ଗୋଲିୟା ଓ ଉତ୍ତର ଏସିଆରେ ଦେଖିବାକୁ ମିଳେ |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏହା ଏକ ଅତ୍ୟନ୍ତ ସଂକ୍ରମଣ ରୋଗ ଯାହା ୟେରସିନିୟା ପୋଷ୍ଟିଶ ନାମକ ବ୍ୟାକ୍ଟେରିଆରୁ ବ୍ୟାପିଥାଏ | ଏହି ବ୍ୟାକ୍ଟେରିଆ ମୂଷା ଶରୀରରେ ଥିବା ପରଜୀବୀ ପିସ୍ସୁରେ ଥାଏ | ଏହା ଏକ ଭୟଙ୍କର ରୋଗ, ଯେଉଁଥିରେ ଜୀବନ ଚାଲିଯିବାର ଅଧିକ ସମ୍ଭାବନା ଥାଏ | ସାଧାରଣତଃ ପ୍ଲେଗ ଦୁଇ ପ୍ରକାର, ନ୍ୟୁମୋନିକ ଓ ବ୍ୟୁବୋନିକ | ପ୍ରାଥମିକ ସଂକ୍ରମଣକୁ ବ୍ୟୁବୋନିକ ପ୍ଲେଗ କୁହାଯାଉଥିବା ବେଳେ ଗମ୍ଭୀର ସଂକ୍ରମଣ ରୋଗ ନ୍ୟୁମୋନିକ କୁହାଯାଏ | ଯେତେବେଳେ ବ୍ୟାକ୍ଟେରିଆ ଫୁସଫୁସ ଜଏନ ପହଁଚିଯାଇଥାଏ ଅବସ୍ଥା ସାଙ୍ଘାତିକ ହୋଇପଡେ | ମୂଷାଙ୍କ ଶରୀରରେ ଜନ୍ମ ହେଉଥିବା ଜୀବାଣୁ ଯୋଗୁଁ ପ୍ଲେଗ ଭଳି ଭୟଙ୍କର ରୋଗ ହୋଇଥାଏ | ପ୍ଲେଗ ରୋଗୀଙ୍କ ନିଶ୍ୱାସ ଏବଂ ଛେପ ସମ୍ପର୍କରେ ଆସିଥିବା ଲୋକ ମଧ୍ୟ ପ୍ଲେଗ ସଂକ୍ରମଣର ଶିକାର ହୋଇଥାନ୍ତି |

   Related Posts