ଝାରସୁଗୁଡାରେ ବାଇକକୁ ଧକ୍କା ଦେଲା ଟ୍ରାକ୍ଟର; ଜଣେ ମୃତ
21/11/2018 at 7:21 PM

ଝାରସୁଗୁଡା ୨୧/୧୧ : ବାଇକକୁ ଧକ୍କା ଦେଲା ଟ୍ରାକ୍ଟର । ସୁନ୍ଦରଗଡ଼ ଜିଲ୍ଲା ଧଉରାଗୁଡ଼ା ଗାଁର ଦେବାଂଶୁ କୁସୁମ ନିଜ ଶ୍ବଶୁର ଘର ବୁଲି ନିଜ ଗାଁକୁ ଫେରୁଥିବା ବେଳେ ରାଜପୁର ନିକଟରେ ତାଙ୍କ ବାଇକକୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦେବଂଶୁଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ରଖିଛନ୍ତି । ଘଟଣାସ୍ଥଳରେ ବ୍ରଜରାଜନଗର ଓ ଗାନ୍ଧୀଛକ ପୋଲିସ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଉତ୍ତେଜନା ଥମିନି ।
Related Posts
ଜମିଜମା ବିବାଦରୁ ବିଧବା ଭାଇବୋହୂକୁ ହତ୍ୟାକଲା ଦେଢଶୂର !
8 March 2021
ଆନନ୍ଦପୁରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021