ରାୟଗଡା ଜିଲ୍ଲା ଚନ୍ଦ୍ରପର ବ୍ଲକରେ ଅଘଟଣ, ବିଦ୍ୟୁତ କରେଣ୍ଟ ଲାଗି ୧ ମୃତ, ୬ ଆହତ
16/06/2019 at 6:56 PM

ରାୟଗଡା ୧୬।୬: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ବନ୍ଦିପଙ୍ଗା ଗାଁରେ ବିଦ୍ୟୁତ ଆଘାତ ଲାଗି ରବିବାର ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମୁନିଗୁଡା ହସ୍ପିଟାଲରେ ଭର୍ତ୍ତି କରାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି। ମୃତକଙ୍କ ଚିହ୍ନଟ ହୋଇଛି। ତାଙ୍କ ନାମ ଆଣ୍ଟୋନୀ ବିଭାର ଓ ବୟସ ୨୮ ବର୍ଷ ବୋଲି କୁହାଯାଇଛି।
ଆଣ୍ଟୋନୀ ଓ ତାଙ୍କର ୬ ଜଣ ସାଥୀ ବିଦ୍ୟୁତ କଣ୍ଟ୍ରାକ୍ଟରଙ୍କ ଲାଗି କାମ କରନ୍ତି। ରବିବାର ସେମାନେ ବାନ୍ଦିପଙ୍ଗା ଗାଁକୁ ବିଦ୍ୟୁତ୍ ଲାଇନ ସଜାଡିବାକୁ ଯାଇଥିଲେ। ସେମାନେ ଲାଇନ କାଟି ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଅଚାନକ କରେଣ୍ଟ ଆସିଯିବାରୁ ବିଦ୍ୟୁତ ଆଘାତ ଲାଗି ଖସିପଡିଥିଲେ। ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ତେବେ ସେଠାରେ ଆଣ୍ଟୋନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିଦ୍ୟୁତ କାମ ଚାଲିଥିବା ବେଳେ କିପରି ଖୁଣ୍ଟରେ ଲାଇନ ଚାର୍ଜ ହେଲା ତାହା କିନ୍ତୁ ସ୍ପଷ୍ଟ ହୋଇପାରିନାହିଁ ।