Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଦିଲ୍ଲୀ ଟ୍ରାକ୍ଟର ରାଲି ହିଂସା : ୧ମୃତ, ୧୯ ଆହତ

26/01/2021 at 6:56 PM

ନୂଆଦିଲ୍ଲୀ ୨୬।୧: ରାଜଧାନୀ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ହିଂସକ ହେବାରୁ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଫଳରେ ଟ୍ରାକ୍ଟର ଓଲଟିପଡିବାରୁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ପୋଲିସ ଓ ଆନ୍ଦୋଳନକାରୀ ସଂଘର୍ଷରେ ୧୯ ଜଣ ଆହତ ହୋଇଛନ୍ତି। ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ଦିଲ୍ଲୀ ଲୋକନାୟକ ହସ୍ପିଟାଲ ସୂତ୍ରରୁ ଜଣାପଡିଛି।

ମଙ୍ଗଳବାର ରାଜଧାନୀରେ ସାଧାରଣତନ୍ତ୍ର ଦିବସ ସମାରୋହ ସମାନ୍ତରାଳରେ ବିକ୍ଷୋଭକାରୀ ଚାଷୀ ଟ୍ରାକ୍ଟର ରାଲି ଆୟୋଜନ କରିଥିଲେ। ଏଥିରେ କୃଷକଙ୍କ ଏକ ସମୂହ ରାଲି କାର୍ଯ୍ୟସୂଚୀ ବାହାରେ ଶହଶହ ଟ୍ରାକ୍ଟର ରାଜଧାନୀକୁ ପ୍ରବେଶ କରାଇବା ସହ ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚିଥିଲେ। ଏଥିରେ ଚାଷୀଙ୍କୁ ସହରରେ ରୋକିବାକୁ ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ କାର୍ଯ୍ୟାନୁଷ୍ଠାନ କରିଥିଲା। 

ଦିଲ୍ଲୀ ଆଇଟିଓରେ ପୋଲିସକୁ ଟାଳି ଦ୍ରୁତବେଗରେ ଚାଲିଯାଉଥିବା ଟ୍ରାକ୍ଟର ଓଲଟିପଡିବାରୁ ଏହାର ଚାଳକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ଲାଗି ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ଏହା ଛଡା ସହରର ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ  ମୋଟ ୧୯ ଜଣ ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରୁ ୬ ଜଣ ଚାଷୀ ରାମମନୋହର ଲୋହିଆ ହସ୍ପିଟାଲ ଯାଇଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ଦିଲ୍ଲୀ ଗେଟ୍‌ ନିକଟରେ ଥିବା ଲୋକନାୟକ ହସ୍ପିଟାଲକୁ ୪ ପୋଲିସ କର୍ମଚାରୀ ଓ ୯ ବିକ୍ଷୋଭକାରୀଙ୍କୁ ପହଞ୍ଚାଯାଇଥିଲା। ୪ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ସାମାନ୍ୟ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଜଣେ ହସ୍ପିଟାଲରେ ଆଡମିଟ ଅଛନ୍ତି। ସେହିପରି ୯ ଜଣ ଚାଷୀ ସାଧାରଣ ଆହତ ହୋଇଥିଲେ ହେଁ ଅନ୍ତରିଣ କ୍ଷତ ଆଶଙ୍କାରେ ସେମାନଙ୍କୁ ହସ୍ପିଟାଲ ପର୍ଯ୍ୟବେକ୍ଷଣରେ ରଖା ଯାଇଥିବା ଡାକ୍ତର କହିଛନ୍ତି।

   Related Posts