ସ୍କୁଲ ପରିସରରେ ଯାଗା ଜବରଦଖଲ କରି ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୭ ଆହତ

Published By : Prameya-News7 Bureau | October 14, 2019 IST

ବାଲେଶ୍ବର1୪|୧୦:  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କଟ୍ରାମହଲ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୭ଜଣ ଆହତ ହୋଇଛନ୍ତି ।  ଖବର ନେବାରେ ଜଣାପଡିଛି ଯେ, ଗାଁରେ ଥିବା  ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସେହି ଗ୍ରାମର ଭାନୁ ଚରଣ ଦଳେଇ ନାମକ ଜଣେ ବ୍ୟକ୍ତି ଜୋରଜବରଦସ୍ତ ବ୍ୟକ୍ତିଗତ ଗୃହ ନିର୍ମାଣ କରୁଥିଲା। ଏହାକୁ କେନ୍ଦ୍ରକରି ଆଜି ଏହି ଅଭାବନୀୟ ଘଟଣା ଘଟି ଯାଇଛି ।

{"id":169983}

ଭାନୁ ଚରଣ ଦଳାଇ ଜୋର ଜବରଦସ୍ତ ସ୍କୁଲ ଜାଗାକୁ ଜବରଦଖଲ କରି ଗୃହ ନିର୍ମାଣ କରିବା ପାଇଁ ଯାଉଥିବା ବେଳେ  ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ ।  ତେବେ ପୂର୍ବରୁ ପ୍ରସ୍ତୁତ ଥିବା ଭାନୁ ଚରଣ ଦଳେଇଙ୍କ ପରିବାର ଲୋକେ ଗ୍ରାମବାସୀଙ୍କ ଉପରକୁ ଲଙ୍କା ପାଣି ଫିଙ୍ଗିବା ସହ ବିଭିନ୍ନ  ମାରଣାସ୍ତ୍ରରେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ ।

{"id":169984}

 ଏହି ଆକ୍ରମଣରେ ୭ଜଣ ଗ୍ରାମବାସୀ ଗୁରୁତର ଆହତ ହେବା ସହ ଜଣକର ମୃତ୍ୟୁ ହୋଇଯାଇଛି ।  ମୃତକ ହେଲେ ସେହି ଗ୍ରାମର ରାମଚନ୍ଦ୍ର ଗିରି । ଗୁରୁତର ଆହତଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.