ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ
12/08/2019 at 8:53 AM

ଅନୁଗୁଳ ୧୨/୮: ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।ମୃତକ ଜଣକ ହେଉଛନ୍ତି ଆଠମଲ୍ଲିକ ଥାନା ଅନ୍ତର୍ଗତ ହିଣ୍ଡାଳସହିର ଭାଗ୍ୟବାନ ଖେତି । କାଲି ରାତିରେ ଆଠମଲ୍ଲିକରୁ ଘରକୁ ଫେରୁଥିବା ସମୟରେ ଗଙ୍ଗା ଯମୁନା ବିଲ ନିକଟରେ ଦୁର୍ଘଟଣା ହୋଇଥିଲା ।
ପରିବାର ଲୋକେ କାଲି ରାତି ୧୧ଟା ବେଳକୁ ଆଠମଲ୍ଲିକ ମେଡିକାଲରେ ଭର୍ତି କରିଥିଲେ । ଆଜି ଭାଗ୍ୟବାନଙ୍କ ମୃତ୍ୟୁ ହୋଇଯାଇଛି । ଖବର ପାଇ ଆଠମଲ୍ଲିକ ପୋଲିସ ମେଡିକାଲକୁ ଆସିଛନ୍ତି ।
Related Posts
୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
26 February 2021
ବ୍ରାଉନସୁଗାର ଜବତ, ଜଣେ ଗିରଫ, ପୋଲିସକୁ ଚକମା ଦେଇ ଖସିଗଲେ ୨ ବେପାରୀ
26 February 2021