Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଦୁର୍ଗା ମୂର୍ତ୍ତି ଭସାଣିବେଳେ ପୋଲିସ୍ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହିଂସାକାଣ୍ଡ : ଜଣେ ମୃତ ,୫ରୁ ଅଧିକ ଆହତ

27/10/2020 at 8:40 AM

ମୁଙ୍ଗେର ୨୭/୧୦: ବିହାରର ମୁଙ୍ଗେରରେ ଦୁର୍ଗା ବିସର୍ଜନ ସମୟରେ ଜୋର ସୋରରେ ହଇଚଇ ସୃଷ୍ଟି ହୋଇଛି। ବିସର୍ଜନ ସମୟରେ ଗୁଳିକାଣ୍ଡ ହୋଇଥିଲା ଯେଉଁଥିରେ ୫ଜଣ ସ୍ଥାନୀୟ ଲୋକେ ଆହତ ହୋଇଥିଲେ ଏବଂ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ପରିବାର ଲୋକେ ପୋଲିସ୍ ବିରୋଧରେ ଗୁଳି ଚଳାଇବାର ଅଭିଯୋଗ କରିଥିଲେ। ପୋଲିସର କହିବା ଅନୁସାରେ କିଛି ଲୋକ ଜାଣିଶୁଣି ପଥରମାଡ଼ କରିଥିଲେ ଏବଂ ଗୁଳି ଚଳାଇଥିଲେ। ଏହି କାଣ୍ଡରେ ୧୭ଜଣ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।

ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୂଜା ସମିତିକୁ ଅକ୍ଟୋବର ୨୬ତାରିଖରେ ବିସର୍ଜନ କରିବାକୁ ନିର୍ଦେଶ ଦେଇଥିଲେ। ପଣ୍ଡିତ ଦିନଦୟାଲ ଛକ ପାଖରେ ଶଙ୍କରପୁରର ଦୁର୍ଗା ମୂର୍ତ୍ତି ବିସର୍ଜନ କରିବାକୁ ପୋଲିସ୍ କହିଥିଲା ଯାହାକୁ ନେଇ ପୋଲିସ୍ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ଏତିକିରେ ଗୁଳିମାଡ଼ର ଶବ୍ଦ ଶୁଣାଯାଇଥିଲା।

ଏହି ଗୁଳିକାଣ୍ଡରେ ୧୮ବର୍ଷ ବୟସ୍କ ଅନୁରାଗ କୁମାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହି ଗୁଳିକାଣ୍ଡରେ ୫ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ମୁଙ୍ଗେର ସଦର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୋଲିସ୍ ଫାୟାରିଂରେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଦିନ ଦୟାଲ ଛକ ଏବଂ ଆଖପାଖର ଅଞ୍ଚଳକୁ ପୋଲିସ୍ ଛାଉଣୀ କରାଯାଇଛି।

   Related Posts