ଭାରସାମ୍ୟ ହରାଇ ଅଲଟିଲା ଅଟୋ : ଜଣେ ମୃତ ୫ଗୁରୁତର
25/11/2019 at 10:39 AM

ସମ୍ବଲପୁର ୨୫/୧୧: ଆଜି ସକାଳ ପାଖାପାଖି ସାଢ଼େ ଆଠଟା ସମୟରେ ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଘେନୁପାଲି – ଭୁଏପାଲି ରାସ୍ତାର ଝରମୁଣ୍ଡା ଛକଠାରେ ଗୋଟିଏ ଯାତ୍ରୀବାହୀ ଅଟୋ ଓଲଟିପଡ଼ିଛି ।ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଅଟୋଟି ୬ଜଣ ଯାତ୍ରୀଙ୍କୁ ନେଇ ଭୁଏପାଲି ଆଡକୁ ଯାଉଥିବାବେଳେ ରାସ୍ତା ଅତ୍ୟଧିକ ଖରାପ ଥିବାରୁ ଅଟୋଟି ଗାତରେ ପଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଫଳରେ ଘଟଣାସ୍ଥଳରେ ନିକଟସ୍ଥ ବଡ଼ସାହି ଗାଁର କ୍ଷମା ସୁନ୍ଦର ମିରଧାଙ୍କ ମୃତ୍ୟ ହୋଇଥିବାବେଳେ ୫ ଜଣ ଆହତ ହୋଇ ଥିଲେ।ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଂଚି ତୁରନ୍ତ ଆହତଙ୍କୁ ଉଦ୍ଧାର କରିଥିଲା। ବର୍ତ୍ତମାନ ଆହତଙ୍କୁ ସମ୍ବଲପୁର ମୂଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଘଟଣାର ତଦନ୍ତ କରୁଛି ସଦର ଥାନା ପୋଲିସ।

Related Posts
ଚଣ୍ଡିଖୋଲ: ଗୋଚାଲାଣ ଗାଡି ଜବତ
26 January 2021
ତେଲକୋଇ: ଜମିବାଡି ବିବାଦରୁ ହତାହାତି, ଜଣେ ଗୁରୁତର
26 January 2021