ନୀଳଗିରିରେ ମାତିଲା ଡାଇରିଆ : ଜଣେ ମୃତ,୪ଗୁରୁତର ,୨୫ରୁ ଅଧିକ ଅସୁସ୍ଥ

Published By : Prameya-News7 Bureau | November 24, 2019 IST

ବାଲେଶ୍ଵର ୨୪/୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ପଂଚାୟତ ସହରସାହି ଗ୍ରାମରେ   ଡାଇରିଆ ଆତଙ୍କ ଦେଖାଯାଇଛି। ଆଜକୁ ୫ ଦିନ ଧରି ଏହି ଗ୍ରାମରେ ଜଣକ ପରେ ଜଣେ ଝାଡାବାନ୍ତି ହୋଇ ଅସୁସ୍ଥ ହୋଇପଡିଥିଲେ ।ପରେ ନୀଳଗିରି ହସ୍ପିଟାଲରେ ଭର୍ତି ହୋଇଥିଲେ।ଏପରିକି ରୁକ୍ମଣି ପଲେଇ ନାମକ ବୃଦ୍ଧା ମଧ୍ୟ ମୃତ୍ୟୁବରଣ କରିଥିଲେ।

{"id":188969,"sizeSlug":"large"}

ଗୁରୁତର ଭାବେ ୩ ଜଣ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ପୁରୁଷୋତ୍ତମ ପଲେଇ ନାମକ ବୃଦ୍ଧଙ୍କୁ ବାଲେଶ୍ଵର ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରିକି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଅର୍ଥ ଅଭାବରୁ ସେ ନେଇପାରିନଥିବା ଜଣାପଡିଛି। ତେବେ ଦୂଷିତ ପାଣି ପାଇଁ ଏଭଳି ହୋଇଥିବା କୁହାଯାଇଛି।

{"id":188971,"width":584,"height":377,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.