ଟ୍ରକକୁ ଧକ୍କା ଦେଲା ଆଉ ଏକ ଟ୍ରକ : ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | July 22, 2019 IST

ଯାଜପୁର ୨୨/୭: ଚଣ୍ଡିଖୋଲରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକକୁ ଧକ୍କା ଦେଲା ଆଉ ଏକ ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳ ପ୍ରାୟ ୮ଟାରେ ବଡ଼ଚଣା ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥ, ବଡ଼ଚଣା-ବଡ଼ଘୁମୁରି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।

{"id":136157}

ଦୁର୍ଘଟଣାରେ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଚଣ୍ଡିଖୋଲ ଆଡୁ ଏକ ଆଇରନ ବୋଝେଇ ୧୦ ଚକିଆ ଟ୍ରକ ଆସୁଥିବା ବେଳେ  ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା । ପଛ ଟ୍ରକକୁ ଚଲାଉଥିବା ଡ୍ରାଇଭର, ହେଲ୍ ପର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ଖବର ପାଇ ବଡ଼ଚଣା ପୁଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ସେମାନଙ୍କୁ ଉଦ୍ଧାର କରିଥିଲା ।

{"id":136158}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.