ସୁନ୍ଦରଗଡ ସଦର ରେଞ୍ଜରେ ଦନ୍ତାହାତୀର ଉତ୍ପାତ : ହାତୀ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | August 25, 2019 IST

ସୁନ୍ଦରଗଡ ୨୫/୮: ସୁନ୍ଦରଗଡ ସଦର ରେଞ୍ଜରେ ଏକ ଦନ୍ତାହାତୀ ଉତ୍ପାତ ମଚାଇଛି । କଟଙ୍ଗିଡିହି ଗାଁରେ ବୃଦ୍ଧଙ୍କୁ କଚାଡି ମାରିଛି। ମୃତକ ଶଙ୍କର ତାଣ୍ଡିଆ । ଶୌଚ ହେବାକୁ ଯାଉଥିବାବେଳେ ହାତୀ ହାବୁଡରେ ପଡି ତାଙ୍କ ଜୀବନ ଯାଇଛି ।

{"id":148536}

ସବଡେଗା ହମିରିପୁର ଗାଁରେ ଦଂପତ୍ତିଙ୍କୁ ଘରେ ଶୋଇଥିବା ଅବସ୍ଥାରେ ଟାଣି ଆଣି ଆକ୍ରମଣ କରିଛି ଦନ୍ତା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସ୍ବାମୀ କୁମରମଣି ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦନ୍ତାର ଉତ୍ପାତକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.