ଗଂଜାମରେ ବାଣ ଫୁଟାଇବାବେଳେ ପୋଡ଼ି ହୋଇ ଜଣେ ମୃତ : ୨ ଗୁରୁତର

Published By : Prameya-News7 Bureau | October 28, 2019 IST

ଗଂଜାମ ୨୮/୧୦: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ୟାମସୁନ୍ଦର ଗାଁରେ ବାଣ ଫୁଟା ବେଳେ ଅଘଟଣ ଘଟିଛି  । ବାଣ ଫୁଟି ଜଣେ ମୃତ ଜଣେ ଗୁରୁତର  । ମୃତକ ହେଲେ ସୁମନ୍ତ ଦାସ । ସୁମନ୍ତ ଦାସଙ୍କ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି। ଆହତଙ୍କ ନାଁ ହେଉଛି ଶ୍ରଦ୍ଧେୟ ଦାସ।

{"id":175850}

ସେହିପରି ଖଲ୍ଲିକୋଟ୍ ବ୍ଳକ୍ ଅନ୍ତର୍ଗତ କଇରାସି ଗାଆଁ ରେ ମଧ୍ୟ ଅଘଟଣ ଘଟିଛି।ବାଣ ଫୁଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ନାବାଳକ ହେଲେ ଶ୍ୟାମ ଜେନା । ଗୁରୁତର ଅବସ୍ଥାରେ ଉଭୟ ଶ୍ରଦ୍ଧେୟ ଏବଂ ନାବାଳକ ଶ୍ୟାମ ଜେନାଙ୍କୁ  କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

{"id":175851}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.