ସୁନ୍ଦରଗଡ କଲେଜ୍ ବାଇପାସ୍ ନିକଟରେ ଟ୍ରକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | July 22, 2019 IST

ସୁନ୍ଦରଗଡ  ୨୨/୭: ସୁନ୍ଦରଗଡ କଲେଜ୍ ବାଇପାସ୍ ନିକଟରେ ଟ୍ରକ ଦୁର୍ଘଟଣା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଦୋକାନରେ ଠିଆ ହୋଇ ଚାହା ପିଉଥିବା ବେଳେ ଏମାନଙ୍କ ଉପରକୁ ଟ୍ରକ ମାଡିଯାଇଥିଲା ।

{"id":136148}

ମୃତକ ହେଲେ ତ୍ରିନାଥ ପ୍ରଧାନ, ଗୁରୁତର ହେଲେ ପ୍ରମାନନ୍ଦ ପ୍ରଧାନ । ମୃତ ତ୍ରିନାଥଙ୍କ ଘର ଦେବଗଡ ଜିଲ୍ଲା କାଦୋପଡା ଅଞ୍ଚଳରେ ହୋଇଥିବା ବେଳେ ଗୁରୁତରଙ୍କ ଘର ସବଡେଗା ଅଞ୍ଚଳରେ । ଉଭୟ ସୁନ୍ଦରଗଡ ବନ ବିଭାଗର କର୍ମଚାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.