ବିଦ୍ୟୁତ୍ ଆଘାତରେ ଜଣେ ମୃତ: ଜଣେ ଗୁରୁତର

Published By : Prameya-News7 Bureau | July 22, 2019 IST

ଭଦ୍ରକ ୨୨/୭: ଘରେ ଇଲେକ୍ଟ୍ରିକ୍ ଓ୍ବେୟାରିଂ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ  ଜଣେ ଏଥିରେ ଆହତ ହୋଇଛନ୍ତି ।

{"id":136264}

ଭଦ୍ରକ ସହରର ନରିପୁରରେ ଘଟିଛି ଏହି ଦୁର୍ଘଟଣା । ଘରର ଆର୍ଥିଂ ପାଇପ ବସାଇବାବେଳେ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା । ଲୁହା ପାଇପ ଧରି ଗାତ ଭିତରେ ଥିବା ଘଗେଶ୍ବର ଜେନାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଆଉ ଆହତ ପ୍ରମୋଦ ପରିଡାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତ ଆଉ ଆହତଙ୍କ ଘର ସ୍ଥାନୀୟ ଅଂଚଳରେ । 

{"id":136265}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.