ବାଇକକୁ ପଛପଟୁ ପିଟିଲା କାର୍ : ଜଣେ ମୃତ, ଜଣେ ଗୁରୁତର
18/08/2019 at 10:43 AM

କଟକ ୧୮/୮: ବାଇକକୁ ପଛପଟୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି। କଟକ-ଚାନ୍ଦବାଲି ରାସ୍ତାର ନାନ୍ଦୋଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ନିମେଇ ସାହୁ । ଗୁରୁତର ବାନାମ୍ବର ସାହୁଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତାହତମାନେ ଧବଳେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ଧବଳେଶ୍ବରରୁ ସାଲେପୁର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ପୋଲିସ ତଦନ୍ତ ଚଳାଇଛି ।

Related Posts
ସ୍ତ୍ରୀ ସହ ଝଗଡା କରି ହାରିଲେ ଜୀବନ ! ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ
18 January 2021
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021