ଗଛରେ ପିଟିହେଲା ବାଇକ୍ : ଜଣେ ମୃତ,ଜଣେ ଗୁରୁତର
20/10/2019 at 10:04 AM

ବାଲେଶ୍ବର୨୦/୧୦: ରାସ୍ତାର କାଲାଡାହି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।
ଉଦଳା ଥାନା ଡ଼ିହିରାକୁଳ ଗ୍ରାମର ଦୀନେଶ ହାତୀ ଏବଂ କିଶୋର ପୃଷ୍ଟି ଗତକାଲି କପ୍ତିପଦା ନୂଆସାହିକୁ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖିସାରି ଘରକୁ ଫେରୁଥିବା ବେଳେ କାଲାଡାହି ଛକ ନିକଟରେ ବାଇକ ଏକ ଗଛରେ ପିଟିହୋଇଥିଲା। ଘଟଣାସ୍ଥଳରେ ଦୀନେଶ ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ କିଶୋରକୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।