ସୋଆରେ ଝଡ ଓ ବଜ୍ରପାତ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆଜି ଉଦଯାପିତ

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର ୧୯|୧: ଝଡ ଓ ବଜ୍ରପାତ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି । ଓଡିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଓ ସୋଆ ଡିମ୍ଡ ଟୁ ବି ୟୁନିଭରସିଟି ପକ୍ଷରୁ ଆୟୋଜିତ ସମ୍ମିଳନୀର ଶେଷ ଦିନରେ ବିଭିନ୍ନ ପ୍ରକଙ୍ଗରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ଝଡ ଓ ବଜ୍ରପାତ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମର ଭୂମିକା । ତା ସହ ସ୍ବେଚ୍ଛାସେବୀ ଅନୁଷ୍ଠାଗୁଡିକର କାର୍ଯ୍ୟକାରିତାର ବିଭିନ୍ନ ଦିଗ ଉପରେ ଆଲୋକପାତ ହୋଇଥିଲା ।

{"id":75945}

ପ୍ରାକୃତିକ ବିପର୍ଯ୍ୟର ମୁକାବିଲା ବର୍ତମାନ ସମୟର ଏକ ପ୍ରମୁଖ ସମସ୍ୟା । ଖାସ କରି ଝଡ ଓ ବଜ୍ରପାତରୁ କଭଳି ରକ୍ଷା ପାଇ ହେବ । ଏଥିପାଇଁ କଭଳି ପୂର୍ବ ସତର୍କ ସୂଚନା ମଳିବ ପାରିବ । ଏ ସମସ୍ତ ଦିଗକୁ ନେଇ ସୋଆ ଡିମ୍ଡ ଟୁ ବି ୟୁନିଭରସିଟିରେ ଅନୁଷ୍ଠିତ ତିନି ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି । ସୋଆ ଓ ଓଡିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ମଳିତ ଆନୁକୂଲ୍ୟରେ ଏହି ସମ୍ମଳନୀରେ ୨୦୦ ଉର୍ଦ୍ଦ୍ବ ବୈଜ୍ଞାନିକ, ଗବେଷକ, ଶିକ୍ଷାବିତ ଓ ଯୋଜନା ବିଶାରଦ ଯୋଗ ଦେଇଥିଲେ ।

{"id":75948}

ଶେଷ ଦିନରେ ମୁଖ୍ୟତଃ ଝଡ ଓ ବଜ୍ରପାତ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମର ଭୂମିକା କଣ ରହିବା ଦରକାର ସେ ନେଇ ଆଲୋନା ହୋଇଥିଲା । ସେହିପରି ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକର କାର୍ଯ୍ୟକାରିତାର ଉପରେ ମଧ୍ୟ ଆଲୋକପାତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି କର୍ମଶାଳା । ଯେଉଁଥିରେ ବହୁ ବରିଷ୍ଠ ସମ୍ବାଦିକ ଓ ସ୍ବେଚ୍ଚାସେବୀ ଅନୁଷ୍ଠାନର କର୍ମକର୍ତା ଯୋଗ ଦେଇଥିଲେ ।

{"id":75946}

ଅପପକ୍ଷରେ ସମ୍ମିଳନୀର ଶେଷ ଦିନରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।  ବିଶ୍ବର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରୁ ଆସି ସମ୍ମିଳନୀର ଯୋଗ ଦେଇଥିବା ବୈଜ୍ଞାନିକ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ବିଶେଷ କରି ଝଡ ଓ ବଜ୍ରପାତକୁ କିଭଳି ମୁକାବିଲା କରାଯିବ ସେ ନେଇ ସେମାନେ ନିଜର ମତ ରଖିଥିଲେ ।

{"id":75947}

ଝଡ ଓ ବଜ୍ରପାତ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି । ସୋଆ ଡିମ୍ଡ ଟୁ ବି ୟୁନିଭରସିଟିରେ ଅନୁଷ୍ଠିତ ଏହି ସମ୍ମିନୀରେ ବିଶ୍ବର ୨୦୦ ଉର୍ଦ୍ଧ୍ବ ବୈଜ୍ଞାନିକ, ଗବେଷକ, ଶିକ୍ଷାବିତ ଓ ଯୋଜନା ବିଶାରଦ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.