ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ଟଙ୍କା ଲୁଟ୍ ଘଟଣାରେ ଡକାୟତ ଗିରଫ

Published By : Prameya-News7 Bureau | December 04, 2021 IST

ବାଲିଗୁଡା ୦୪/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଋତୁଙ୍ଗିଆ ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଟଙ୍କା ଝାମ୍ପି ନେବା ଘଟଣା ଜଣେ ଗିରଫ । ସୂଚନା ଅନୁଯାୟୀ ଋତୁଙ୍ଗିଆ ଗ୍ରାମର ଆଲୋକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ବୁଧବାର ଦିନ ବାଲିଗୁଡ଼ା ୟୁକୋ ବ୍ୟାଙ୍କରୁ ଟଙ୍କା ଉଠାଇ ଗ୍ରାମକୁ ଫେରିବା ସମୟରେ କିଛି ଦୁବୃର୍ତ୍ତ ଏକ ଲକ୍ଷ ଟଙ୍କା ନେଇଯାଇଥିଲେ । ଏନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ କରାଯାଇଥିଲା ।

wp:gallery {"ids":[553967],"linkTo":"none"} /wp:gallery

ପରେ ବାଲିଗୁଡା ଏସଆଇ କୂଳମଣି ରାଉତ ଓ ଏକ ଟିମ୍ ଅପରେସନ ଜୋରଦାର କରିବା ପରେ ପୋଲିସ୍ ଜଣକୁ ଗିରଫ କରିଥିଲା । ବାଲିଗୁଡ଼ା ପୋଲିସ୍ ତଦନ୍ତ କରିବା ପରେ ଜଣାପଡିଛି ୩ ଜଣ ଫେରାର ହୋଇଛନ୍ତି । ଏହି ଚାରି ଜଣଙ୍କ ନାମରେ କନ୍ଧମାଳ ଜିଲ୍ଲାର ଅନେକ ଥାନାରେ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତର ନାମ ଏ ରାମା ରାଓ ଘର ଗଞ୍ଜାମ ଜିଲ୍ଲା ଆସିକା ଥାନା ପାକାଲେ ପଲ୍ଲୀ ଗ୍ରାମରେ । ଗିରଫ ହୋଇଥିବା ଅଭିଯୁକ୍ତ ଓ ଫେରାର ହୋଇଥିବା ଅଭିଯୁକ୍ତ ନାମରେ ବାଲିଗୁଡ଼ା ପୋଲିସ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.