Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ରାତାରାତି କୋଟିପତି , କିନ୍ତୁ ଘରୁ ବାହାରିବାକୁ ଡର : ଓଆଇସିଙ୍କୁ ମାଗିଲେ ସୁରକ୍ଷା

3/01/2020 at 11:45 AM

କୋଲକାତା  ୩।୧: ଭାଗ୍ୟ ବଡ ବିଚିତ୍ର । ଆସନ୍ତାକାଲି ଆପଣଙ୍କ ଭାଗ୍ୟରେ କ’ଣ ଅଛି ଆଜି ଜାଣିପାରିବେ କି ଆପଣ ?  ନା ଏହା ଅନିଶ୍ଚିତ । ତେବେ ଭାଗ୍ୟ ଉଦୟରେ ବି ସବୁ କିଛି ଯେ, ନିରାପଦ, ଭୟମୁକ୍ତ ଆନନ୍ଦ ତାହା ବି କହିପାରିବେନାହିଁ  ଆପଣ । କାରଣ ପଶ୍ଚିମବଙ୍ଗର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ କଲନାରେ ଘଟିଥିବା ଏକ ଘଟଣା ଆମକୁ ଏପରି ଲେଖିବାକୁ ବାଧ୍ୟ କରୁଛି । ଘଟଣାଟି ହେଲା , ଜଣେ ୭୦ ବର୍ଷୀୟ ବ୍ୟକ୍ତି ଜିତିଛନ୍ତି ୧ କୋଟି ଟଙ୍କାର ଲଟେରୀ । ତାଙ୍କ ଆଶା ଏବଂ ଭାବନାଠୁ ଢେର ଅଧିକ ଟଙ୍କା ପାଇବା ତାଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି , ସେତିକି ଆଶଙ୍କିତ ବି କରିଛି । ଭାଗ୍ୟ ଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି , କିନ୍ତୁ ଜୀବନ ପ୍ରତି ଭୟ ବଢିଯାଇଛି । ରାତାରାତି କୋଟିପତି ହୋଇଥିବା ଏହି ଅବସରପ୍ରାପ୍ତ କର୍ମଚାରୀ ଘରୁ ନିଜର ସୁରକ୍ଷା ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଥାନା ଅଧିକାରୀଙ୍କ ନିକଟରେ ତାଙ୍କ ସୁରକ୍ଷା ଲାଗି ଗୁହାରି କରିଛନ୍ତି ।

କଲନା ଅନ୍ତର୍ଗତ ଶାହାପରା ଗ୍ରାମର  ବାସିନ୍ଦା ନାରାୟଣ ସେନ୍ । ସେ ଜଣେ ପୂର୍ବତନ ଡିପ୍ ଟିୱେଲ ମିସ୍ତ୍ରୀ । ସେ କେବେ ଭାବି ନଥିଲେ ଯେ, ସେ କିଣିଥିବା ଲଟେରୀ ତାଙ୍କୁ କୋଟିପତି କରିଦେବ । କିଛି ଅର୍ଥ ଜିତିବାର ଆଶା ଥିଲା, କିନ୍ତୁ କୋଟିଏ ଟଙ୍କା ତାଙ୍କ ଭାବନାର ବାହାରେ ଥିଲା । ୭୦ ବୟସ୍କ ନାରାୟଣ ସେନ୍ ଅବସର ପରେ ଘରେ ଚାଷବାଡି କାମ କରନ୍ତି । ୧୦ ହଜାର ଟଙ୍କା ପେନସନ ପାଆନ୍ତି ସେ । ଗତ ରବିବାର ସେ ନିକଟସ୍ଥ  ଗୁପ୍ତିପରା  ବଜାରରୁ ନାଗାଲାଣ୍ଡ ଷ୍ଟେଟ ଲଟେରୀର ୧୦ ଟି ଡେଲି ଟିକେଟ କିଣିଥିଲେ । ୬୦ ଟଙ୍କା ଦେଇ କିଣିଥିବା ଟିକେଟ ଗୁଡିକୁ ନାରାୟଣ ତାଙ୍କ ପକେଟରେ ରଖିଥିଲେ ବି, ତାହା ଲଟେରୀ ଜିତିଛି କି ନାହିଁ ତାହା ଯାଞ୍ଚ କରିନଥିଲେ ।

କିନ୍ତୁ  ଟିକେଟ ବିକ୍ରେତା ସିଦ୍ଧେଶ୍ୱରୀ  ଲଟେରୀ ସେଣ୍ଟର ମାଲିକ ମିଣ୍ଟୁ ବିଶ୍ୱାସ  ସୋମବାର ରାତି ୮ ଟା ବେଳେ ତାଙ୍କ ସେଣ୍ଟରରୁ ବିକ୍ରି ଟିକେଟ ଜ୍ୟାକପଟ ଜିତିଥିବା ଜାଣିଲେ । ସେ ଖୁସିରେ ତାଙ୍କ ଲଟେରୀ ସେଣ୍ଟରକୁ ସଜେଇବା ପରେ ଟିକେଟର କ୍ରେତାଙ୍କୁ ଖୋଜିବା ଆରମ୍ଭ କଲେ । ତାପରେ ସେ ନାରାୟଣଙ୍କ ଘରେ ପହଞ୍ଚି ତାଙ୍କୁ ଲଟେରୀ ଜିତିବାର ଖବର ଦେଇଥିଲେ। କିନ୍ତୁ ହଠାତ୍ ଏହା ବିଶ୍ୱାସ କରିପାରିନଥିଲେ ନାରାୟଣ ସେନ୍ । ପରେ ଟିକିଟ ମିଳାଇବା ପରେ ସେ ଖୁସିରେ ଅଧିର ହୋଇପଡିଥିଲେ । କିନ୍ତୁ ତାପରେ ଏବେ ଅଜଣା ଭୟ ତାଙ୍କୁ ଘାରିଛି, ସେ କଲନା ପୋଲିସ ଷ୍ଟେସନକୁ ଯାଇ ଅଫିସର ଇନଚାର୍ଜ ରାକେଶ ସିଂହଙ୍କୁ ସହାୟତା ମାଗିଛନ୍ତି ।  ସେ ଘରୁ ପଦାକୁ ବାହାରିବାକୁ ଭୟ କରୁଥିବା ଦର୍ଶାଇ ,ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପୋଲିସ ଅଧିକାରୀଙ୍କୁ  ଅନୁରୋଧ କରିଛନ୍ତି ।

ତେବେ ଜିତିଥିବା ଲଟେରୀ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ଲାଗି ସେ ଷ୍ଟେଟବ୍ୟାଙ୍କରେ ଥିବା ତାଙ୍କ ଜମାଖାତାରେ ଟିକେଟ ନମ୍ବର ଜମା କରିଛନ୍ତି । ଯଦିଓ  ଲଟେରୀ ଟଙ୍କା ତାଙ୍କ ବ୍ୟାଙ୍କ୍ ଖାତାକୁ ଆସିବାକୁ ୩ ମାସ ଲାଗିବ । ତେବେ ସେ ସେହି ଟଙ୍କା କିପରି ଖର୍ଚ୍ଚ କରିବେ ତାହା ସ୍ଥିର କରିସାରିଛନ୍ତି  ନାରାୟଣ ସେନ୍ । ସେ କିଛି ଟଙ୍କା ଏକ ଦୁର୍ଗା ମନ୍ଦିର ନିର୍ମାଣରେ ଖର୍ଚ୍ଚ କରିବେ । ତାପରେ ସେ ପୂଜା ଓ ଦକ୍ଷିଣାରେ କିଛି ଅର୍ଥ ଖର୍ଚ୍ଚ କରିବେ । ତାପରେ ସେ ବଳକା ଅର୍ଥ ତାଙ୍କ ତିନି ପୁଅ ଓ ନାତି ମାନଙ୍କ ମଧ୍ୟରେ ସମାନଭାବେ ବାଣ୍ଟିଦେବେ ବୋଲି କହିଛନ୍ତି ନାରାୟଣ ସେନ୍ । ତେବେ ଏହି ଲଟେରୀ ଜିତିବାର ଖବର ଶିରୋନାମାରେ ଥିବା ପର୍ଯ୍ୟନ୍ତ ସେ ଶାନ୍ତିରେ ଶୋଇ ପାରିବେନି ବୋଲି ମଧ୍ୟ ନାରାୟଣ କହିଛନ୍ତି ।

   Related Posts