ବାରହା ଆକ୍ରମଣରେ ଜଣେ ଗୁରୁତର

Published By : Prameya-News7 Bureau | August 13, 2018 IST

ବାଙ୍କୀ ୧୩/୮ : ବାଙ୍କୀ ଦମକଳ ଅଫିସ ନଦିକୁଣ୍ଡା ନିକଟରେ ଜଙ୍ଗଲୀ ବାରହା ଆତଙ୍କ ଦେଖିବାକୁ ମିଳିଛି | ବାରହା ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି | ଗୁରୁତରଙ୍କୁ ସ୍ଥାନୀୟ ବାଙ୍କୀ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି | ଏଭଳି ବାରହା ଆକ୍ରମଣ ନେଇ ସ୍ଥାନୀୟ ଅଞ୍ଚଳ ବାସୀ ଭୟଭୀତ ହୋଇପଡିଛନ୍ତି | କିନ୍ତୁ ଏବେ ଯାଏଁ ଘଟଣା ସ୍ଥଳରେ କୌଣସି ବନବିଭାଗ ଅଧକାରୀ ପହଂଚି ନ ଥିବା ସୂଚନା ମିଳିଛି | ନିକଟ ଡମପଡା ଓ ଚନ୍ଦକା ଅଭୟାରଣ୍ୟରୁ ଆସି ବାରହା ଏଭଳି ଆତଙ୍କ ମଚାଉ ଥିବା କହୁଛନ୍ତି | ଗ୍ରାମବାସୀ, ବାରହା ଆକ୍ରମଣର ଶିକାର ହୋଇ ଥିବା ବ୍ୟକ୍ତିଙ୍କ ନାମ ସୁବାସ ମହାରଣା | ଉକ୍ତ ବ୍ୟକ୍ତି ଜଣକ ସକାଳୁ ଗାଧୋଇବା ପାଇଁ ଆସିଥିବା ବେଳେ ଏଭଳି ଘଟିଛି ଘଟଣା ଘଟିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.