Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୁରୀ ଶ୍ରୀକ୍ଷେତ୍ରରେ ଗୁଳିମାଡ ହୋଇ ଜଣେ ଗୁରୁତର; ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଗଲେ ଦୁର୍ବୁର୍ତ୍ତ

25/12/2018 at 10:10 AM

ପୁରୀ ୨୫/୧୨ : ପୁରୀ ଶ୍ରୀକ୍ଷେତ୍ରରେ ଦିନ ଦିପହରେ ଗୁଳିମାଡ ହୋଇଛି | ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଗୁଳିମାଡ ହୋଇଛି | ବାଇକରେ ଦୁଇ ଜଣ ଦୁର୍ବୁର୍ତ୍ତ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ | ଗୁଳିମାଡରେ ଜଣେ ଗୁରୁତର ଥିବା ଜଣାପଡିଛି | ଗୁରୁତର ବ୍ୟକ୍ତିଙ୍କ ମୁଣ୍ଡ ଏବଂ କାନ୍ଧରେ ଗୁଳି ବାଜିଛି | ଦୁର୍ବୁର୍ତ୍ତ ୩ ରାଉଣ୍ଡ ଗୁଳିମାଡ କରି ଫେରାର ହୋଇଯାଇଥିଲା | ତେବେ ଗୁଳିମାଡରେ ଗୁରୁତର ଥିବା ବ୍ୟକ୍ତିଙ୍କ ଏବେ ଯାଏଁ କୌଣସି ପରିଚୟ ମିଳିପାରିନାହିଁ | ଗୁରୁତରଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାଂତର କରାଯାଇଛି | ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଆଖପାଖ ଲୋକଙ୍କୁ ପଚରାଉଚୁରା କରୁଛି | ଏବେ ଯାଏଁ ଦୁର୍ବୁର୍ତ୍ତଙ୍କ କୌଣସି ପତ୍ତା ମିଳି ପାରିନାହିଁ |

   Related Posts