Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଚୋରାଚାଲାଣ ବେଳେ ପର୍ଦ୍ଦାଫାଶ : ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ଡ୍ରାଇଭର ଫେରାର

23/05/2020 at 1:59 PM

କୋରାପୁଟ ୨୩।୦୫ : ଛତିଶଗଡ଼ ଚାଲାଣ ହେଉଥିବା ପ୍ରାୟ ଦେଢ଼ କୋଟି ଟଙ୍କାର ଗଞ୍ଜେଇକୁ ସେମିଳିଗୁଡ଼ା ପୁଲିସ ଜବତ କରିଛି । ଏକ ୧୨ ଚକିଆ କଣ୍ଟେନରର ସ୍ୱତନ୍ତ୍ର ଚାମ୍ବରରେ ଏହା ଯାଉଥିବାବେଳେ ଶୁକ୍ରବାର ଭୋରରୁ ଏହା ଧରାପଡିଛି । ଡ୍ରାଇଭର ସହ ଅନ୍ୟ ଜଣେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି ।

ସେମିଳିଗୁଡ଼ା ଆଇଆଇସି ଡି. କେ. ବେହେରା କହିଛନ୍ତି, ଭୋରରୁ ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ କୁନ୍ଦୁଲି ହାଟପଦା ପଟରୁ କଣ୍ଟେନରଟି ଦ୍ରୁତ ଗତିରେ ସେମିଳିଗୁଡା ଆସୁଥିଲା । କଣ୍ଟେନର ଉପରେ ସନ୍ଦେହ ହେବାରୁ ପୁଲିସ ଏହାର ପିଛା କରିଥିଲା । ପୁଲିସ ଭ୍ୟାନ ପିଛା କରୁଥିବା ଦେଖି ଚାଳକ ମାଳିଡ଼ୋଳିଆମ୍ବ ନିକଟରେ ଗାଡ଼ିକୁ ନ୍ୟୁଟ୍ରାଲ କରି ଦେଇଥିଲେ । ତୁରନ୍ତ ଚାଳକ ଓ ଅନ୍ୟଜଣେ ଗାଡ଼ିରୁ ଡେଇଁ ପଳାଇଥିଲେ । ରାସ୍ତା ଗଡ଼ାଣି ଥିବାରୁ କଣ୍ଟେନରଟି ପଛକୁ ଗଡ଼ି ଆସିଥିଲା । ପଛରେ ଥିବା ପୁଲିସ ଭ୍ୟାନ ସହ ଧକ୍କା ଖାଇ କଣ୍ଟେନରଟି ଅଟକି ଯାଇଥିଲା । ପୁଲିସ ଗାଡିକୁ ଜବତ କରିଥିଲା । ଯାଞ୍ଚ ବେଳେ କଣ୍ଟେନରର ଚାଳକ ବସୁଥିବା ପଛପଟରେ ଏକ ସ୍ୱତନ୍ତ୍ର ଚାମ୍ବର କରାଯାଇ ଗଞ୍ଜେଇ ରଖାଯାଇଥିଲା । ଯାଞ୍ଚ ବେଳେ ୧୬୨ ଟି ପ୍ୟାକେଟ ମିଳିଥିଲା । ଯାହାର ଓଜନ ୧୬ କୁଇଣ୍ଟାଲରୁ ଅଧିକ ହେବ । ଜବତ ଗଞ୍ଜେଇର ବଜାର ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଅଧିକ ହେବ । ଗାଡ଼ିର ନମ୍ବର ଛତିଶଗଡ଼ଡର ହୋଇଥିବାରୁ ସେଠାକୁ ଏହା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ଗାଡ଼ି ମାଲିକ, ଚମ୍ପଟ ମାରିଥିବା ଚାଳକ ଓ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ପୁଲିସ ତନାଘନା ଆରମ୍ଭ କରିଛି ।

   Related Posts