୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଉପରେ ହ୍ୟାକିଙ୍ଗର ବିପଦ !

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୦୬।୦୩- ସାଇବର ସିକ୍ୟୁରିଟି ଫର୍ମ Which ? ଦାବି କରିଛି ଯେ, ସମଗ୍ର ଦୁନିଆରେ ପାଖାପାଖି ୧୦୦ କୋଟିରୁ ଅଧିକ ଆଣ୍ଡ୍ରୋଏଡ ସ୍ମାର୍ଟଫୋନରେ ତ୍ରୁଟି ଦେଖିବାକୁ ମିଳିଛି। ଏହି ସ୍ମାର୍ଟଫୋନରେ ସିକ୍ୟୁରିଟି ଅପଡେଟ୍ସ ଦିଆଯାଇନଥାଏ ଯେଉଁ କାରଣରୁ ଏହି ସ୍ମାର୍ଟଫୋନ ହ୍ୟାକ୍ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।

ସାଇବର ସିକ୍ୟୁରିଟି ଓ୍ଵାଚ୍ ଡଗ୍ କହିଛି ଯେ, ୨୦୧୨ କିମ୍ବା ଏହା ପୂର୍ବରୁ ଲଞ୍ଚ କରାଯାଇଥିବା ଆଣ୍ଡ୍ରୋଏଡ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଅଧିକ ସମସ୍ୟା ରହିଛି। ଏ ପର୍ଯ୍ୟନ୍ତ ଗୁଗୁଲ ଏହି ରିପୋର୍ଟ ଉପରେ କୌଣସି ବୟାନ ଜାରି କରି ନାହିଁ। ଏହି  ସିକ୍ୟୁରିଟି ଓ୍ଵାଚ୍ ଡଗ୍ ଗୁଗୁଲ ସହିତ ଆଣ୍ଡ୍ରୋଏଡ ସ୍ମାର୍ଟଫୋନ କମ୍ପାନୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଏହି ଏଜେନ୍ସିର କହିବା କଥା ମୋବାଇଲ କମ୍ପାନୀଙ୍କୁ ସଫ୍ଟଓୟାର ଅପଡେଟ୍ ନେଇ ୟୁଜର୍ସଙ୍କ ସହିତ ଟ୍ରାନ୍ସପେରେଣ୍ଟ ହେବାର ଆବଶ୍ୟକତା ରହିଛି।

ସାଧାରଣତଃ ସ୍ମାର୍ଟଫୋନ କମ୍ପାନୀ ଆପଣଙ୍କର ମୋବାଇଲ କେତେ ମହଙ୍ଗା ହେଉନା କାହିଁକି ଏହା କେବେ ମଧ୍ୟ କୁହେ ନାହିଁ ଯେ ଆପଣଙ୍କୁ କେତେ ବର୍ଷ ପର୍ଯ୍ୟନ୍ତ ଆଣ୍ଡ୍ରୋଏଡ ଅପଡେଟ୍ ମିଳିବ। ଅଧିକାଂଶ ଆଣ୍ଡ୍ରୋଏଡ ସ୍ମାର୍ଟଫୋନରେ ଦୁଇରୁ ତିନି ବର୍ଷ  ପରେ ଅପଡେଟ୍ ମିଳିବା ବନ୍ଦ ହୋଇଯାଏ। ବିବିସିର ଏକ ରିପୋର୍ଟ ମୁତାବକ ଗୁଗୁଲର ଡାଟା ଏହା କୁହେ ଯେ, ସମଗ୍ର ଦୁନିଆରେ ୪୧.୧ ପ୍ରତିଶତ ଆଣ୍ଡ୍ରୋଏଡ ୟୁଜର୍ସଙ୍କ ପାଖରେ Android ୬.୦ କିମ୍ବା ଏଥିରୁ କମ ଭର୍ସନ ରହିଛି। ଫଳରେ ସ୍ମାର୍ଟଫୋନ ହ୍ୟାକିଂ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.