ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ

Published By : Prameya-News7 Bureau | July 17, 2018 IST

ଛାତ୍ରୀଙ୍କ ଭିଡିଓ ଭାଇରାଲ କରି ଜଣେ ଗିରଫ । ଗିରଫ ଛାତ୍ର ହେଲେ ଯାଜପୁର ଜିଲ୍ଲା ବାହାବଳପୁର ଗାଁର ସୌମ୍ୟ ରଞ୍ଜନ ମିଶ୍ର । ଉଭୟ ଅଭିଯୁକ୍ତ ଓ ପୀଡିତା ଯାଜପୁର ରାମବାଗ କଲେଜରେ ପଢୁଥିଲେ । କଲେଜରେ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓକୁ ସୌମ୍ୟ ରଞ୍ଜନ ଭଇରାଲ କରିଛନ୍ତି । ଭିଡିଓ ଭାଇରାଲ ହେବା ପରେ ନାବାଳିକା ପରିବାର ଲୋକଙ୍କ ସହ ଯାଇ ଭଦ୍ରକ ଧାମନଗର ଥାନାରେ ଏତଲା ଦେଇଥିଲେ । ଧାମନଗର ପୋଲିସ ଅଭିଯୁକ୍ତକୁ ଯାଜପୁର ବାହାବଳପୁର ଗାଁରୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.