ଟଙ୍କା ଠକେଇ ଘଟଣାରେ ବ୍ରହ୍ମପୁର ପୁଲିସ୍ ଦ୍ୱାରା ଜଣେ ଗିରଫ
11/11/2019 at 9:01 PM

ବ୍ରହ୍ମପୁର ୧୧।୧୧- ଟଙ୍କା ଠକେଇ ଘଟଣାରେ ବ୍ରହ୍ମପୁର ପୁଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ହନିକମ୍ବ ହୋଲଡିଙ୍ଗସ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଅମୀୟ କୁମାର ପାଢୀ ।
ଅମୀୟ ୭୦ଜଣ ଜମାକାରୀଙ୍କ ଠାରୁ ୯୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଥାନା ଅଭିଯୋଗ ହେବାପରେ ପୁଲିସ୍ ତାଙ୍କୁ ଗିରଫ କରିଛି । ୨୦୧୦ ଡିସେମ୍ବର ମାସ ଠାରୁ ୨୦୧୧ ମସିହା ଅକ୍ଟୋବର ମାସ ମଧ୍ୟରେ ସେ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିଲେ । ମାତ୍ର ଏହାପରେ ଜମାକାରୀଙ୍କୁ ଠକି ଥିବା ଅଭିଯୋଗ ହୋଇଛି ।