ଗାଁ ମୁଖିଆଙ୍କ ଉପସ୍ଥିତିରେ ପ୍ରେମୀଯୁଗଳଙ୍କୁ ଧରି ଇଲେକ୍ଟ୍ରିଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ, ପୁଣି ସେମାନଙ୍କ ପ୍ରତି କଲେ ଏଭଳି ଅତ୍ୟାଚାର, ୧ ଅଟକ

Published By : Prameya-News7 Bureau | May 27, 2019 IST

ବିହାର ମୁଙ୍ଗେର ଜିଲ୍ଲା ଖଗରୌନ ଗାଁରେ ଘଟିଛି ଅଭାବନୀୟ ଘଟଣା। ଏକ ପ୍ରେମୀଯୁଗଳଙ୍କୁ ଗ୍ରାମବାସୀ ଗାଁ ମୁଖିଆଙ୍କ ଆଖି୍ ଆଗରେ ଇଲେକ୍ଟ୍ରିକ ଖୁଣ୍ଟରେ ବାନ୍ଧି ମାରପିଟ କରିବା ସହ ସେମାନଙ୍କ ମସ୍ତକ ମୁଣ୍ଡନ କରି ବିବାହ କରାଇଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ନଜରକୁ ଆସିଛି। ମାମଲାରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଜଣକୁଅଟକ ରଖି ପଚରା ଉଚରା ଚଳାଇଛି ।

ପୋଲିସ ସୂଚନା ଅନୁସାରେ ହରପୁର ଥାନା ଖଗୌରନ ଗାଁର ଯୁବତୀଙ୍କ ସହ ନିକଟସ୍ଥ ଧୌରୀ ଗାଁର ଜଣେ ଯୁବକ ଗତ ୨ ବର୍ଷ ହେଲା ପ୍ରେମରେ ପଡିଥିଲେ। ସେମାନଙ୍କ ଭଲପାଇବା  ଉଭୟଙ୍କ ପରିବାର ଲୋକେ ଜାଣିଥିଲେ। ତେବେ ଦୁଇ ପରିବାର ମିଳିତ ଭାବେ ସେମାନଙ୍କ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଉନଥିବାରୁ ଉଭୟ ଚୋରା ଲୁଚାରେ ପରସ୍ପରକୁ ଭେଟୁଥିଲେ। ଏହି କ୍ରମରେ ଯୁବତୀ  ଭେଟିବା ପାଇଁ ଯୁବକଙ୍କୁ ଫୋନଯୋଗ ଡାକିବା ବେଳେ  ପୂର୍ବତନ ଗ୍ରାମ ମୁଖିଆଙ୍କୁ ଏହାର ସୂଚନା ମିଳିଥିଲା। ସେ କିଛି ଗ୍ରାମବାସୀଙ୍କୁ ଏକତ୍ର କରି ପ୍ରେମୀ ଯୁଗଳଙ୍କୁ  ଧରିବା ସହ ଗାଁ ଦାଣ୍ଡରେ ସେମାନଙ୍କ ପ୍ରତି ବର୍ବର ଆଚରଣ କରିଥିଲେ।

ଘଟଣା ଜଣାପଡିବା ପରେ ପୋଲିସ ଗାଁରେ ଚଢଉ କରିଛି। ତେବେ ମୁଖିଆଙ୍କ ସମେତ ଘଟଣାରେ ଜଡିତ  ସମସ୍ତେ ଫେରାର ହୋଇଯାଇଛନ୍ତି। ହେଲେ ଏହା କରି  ଗ୍ରାମବାସୀ ଠିକ କରି ନାହାନ୍ତି ବୋଲି କହିଛନ୍ତି ଡିଏସପି  ରମେଶ କୁମାର।  ଆଇନକୁ ହାତକୁ ନେଇଥିବାରୁ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବବୋଲି  କହିଛନ୍ତି ।  ମାମଲାରେ ଜଣକୁ ଗିରଫ କରାଯାଇଥିବା ଡିଏସପି ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.