Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କୁଆଡେ ଗଲା ଦେଢ ବର୍ଷର ପୁଅ ରୋହନ, ୫ ମାସ ହେଲା ମା ଆଖିରୁ ଶୁଖୁନି ଲୁହ

8/01/2019 at 5:08 PM

ପାରାଦୀପ ୮|: କୁଆଡେ ଗଲା ଦେଢ ବର୍ଷର ପୁଅ। ୫ ମାସ ହେଲା ମା ଆଖିରୁ ଶୁଖୁନି ଲୁହ । ହଜିଲା ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପୁରା ପରିବାର । ଆମେ କହୁଛି ପାରାଦୀପ ରେଲୱେ କଲୋନୀ ଝୁମ୍ପୁଡି ବସ୍ତିର କୁନି ପୁଅ ରୋହନଙ୍କ  ସଂପର୍କରେ ।

ଦେଢ ବର୍ଷର ପୁଅ ୫ ମାସ ହେଲା ନିଖୋଜ । ପୁଅକୁ ଝୁରି ଝୁରି ମା ଆଖିରୁ ଶୁଖୁନି ଲୁହ । ପାରାଦୀପ  ରେଲୱେ କଲୋନୀରେ ଝୁମ୍ପୁଡି ବସ୍ତିର ରୁହନ୍ତି ରବୀନ୍ଦ୍ର ନାୟକଙ୍କ ପରିବାର ।

୨୦୧୬ ନଭେମ୍ବର ୩୦ ରେ ଜନ୍ମ ହୋଇଥିଲା ପୁଅ ରୋହନ । ହସ ଖୁସିରେ ପୂରି ଉଠିଥିଲା ଘର ।  ହେଲେ ଏ ଖୁସି ଥିଲା  ଅଳ୍ପ ଦିନର । ୨୦୧୮ ଅଗଷ୍ଟ ୧୨ରୁ ନିଖୋଜ ରୋହନ । ଘର ଦାଣ୍ଡରେ ଖେଳୁଥିବା ପୁଅ କୁଆଡ଼େ ଗଲା ତାକୁ ଅପେକ୍ଷା କରି ରହିଛନ୍ତି । ପୁଅ ପାଇଁ ଘରେ ଜଳୁଛି ଅଖଣ୍ଡ ଦୀପ ।

 ପୁଅକୁ କେହି ଚୋରି କରି ନେଇ ଯାଇଥିବା ସନ୍ଦେହ କରି ଥାନାରେ ଏତଲା ଦେଲେ ପରିବାର ଲୋକେ । ହେଲେ ୫ ମାସ ପରେ ବି ରୋହନର ଟେର ପାଉନି ପୋଲିସ ।  

କିଛି ଦିନ ତଳେ ଗାଁ ଲେକଙ୍କ ସହ ପୁରା ପରିବାର ଥାନା ଘେରାଉ କରିଥିଲେ । ଜଗତସିଂହପୁର ଏସପିଙ୍କ ଦ୍ବାରସ୍ଥ   ମଧ୍ୟ ହୋଇଥିଲେ । ହେଲେ ଫଳ ଘର ଶୂନ । ଏବେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକେ। 

   Related Posts