ଝଡତୋଫାନରେ ଦୋଳିରେ ଶୋଇଥିବା ଶିଶୁ ଘର ଛପର ସହ ଉଡ଼ିଗଲା ୨୦୦ ମିଟର, ତଳେ ପଡି ମୃତ୍ୟୁ

Published By : Prameya-News7 Bureau | June 13, 2019 IST

ବଡବାନି ୧୩/୬ : ମଧ୍ୟ ପ୍ରଦେଶ ବଡବାନି ଜିଲ୍ଲାରେ ବୁଧବାର ରାତିରେ ବହୁତ ଜୋର ଝଡତୋଫାନ ହୋଇଥିଲା । ଝଡତୋଫାନରେ ଏକ ଦେଢ଼ ବର୍ଷର ଶିଶୁ ଦୋଳିରେ ଶୋଇଥିବା ବେଳେ ଉଡ଼ିଗଲା । ଶିଶୁଟି ପାଖାପାଖି ୨୦୦ ମିଟର ଦୂରରେ ଯାଇ ପଡିଥଲା । ପଡିଯିବାରୁ ଶିଶୁର ମୃତ୍ୟୁ ହୋଇଛି । ରାଜଧାନୀ ଭୋପାଲ ସମେତ ରାଜ୍ୟର ଅନେକ ସ୍ଥାନରେ ଝଡତୋଫାନ ହୋଇଥିଲା । କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା ।

{"id":122696}

ବଡବାନି ଥାନା ପ୍ରଭାରୀ ସନ୍ତୋଷ ସାମ୍ବଲେ କହିଛନ୍ତି ଯେ, ଫୋଗର ଓ ତାଙ୍କ ପତ୍ନୀ ବାଲନା ଗାଁରେ ଏକ ଚାଳଘର ରୁହନ୍ତି । ଘରର ଛପରରେ ତାଙ୍କ ଦେଢ଼ ବର୍ଷର ଶିଶୁ ପାଇଁ ଏକ ଦୋଳି ଲଗାଇଥିଲେ । ସେହି ଦୋଳିରେ ଦେଢ଼ ବର୍ଷର ଶିଶୁ ବିକାଶ ଶୁଏ । ଗତକାଲି ମଧ୍ୟ ବିକାଶ ଏହି ଦୋଳିରେ ଶୋଇଥିଲା । ଏତେ ଜୋର ଝଡତୋଫାନ ହୋଇଥିଲା ଯେ ଚାଳଘରର ଛପର ଉଡିଯାଇଥିଲା । ଛପର ସହ ଶିଶୁଟି ମଧ୍ୟ ଉଡିଯାଇଥିଲା । ଏହାପରେ ବାପା ମା ବିକଳ ହୋଇ ଶିଶୁଟିକୁ ଏପଟେ ସେପଟେ ଖୋଜିଥିଲେ । ପୁଅକୁ କେଉଁଠି ନ ପାଇଁ ବାପା ମା ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଖୋଜାଖୋଜି କରିବା ପରେ ଘରଠାରୁ ୨୦୦ ମିଟର ଦୂରରେ ବିକାଶ ପଡ଼ିଥିଲେ । ପୁଅକୁ ସଂଗେ ସଂଗେ ବାପା ମା ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ସେତେବେଳେକୁ ତାର ମୃତ୍ୟୁ ହୋଇସାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.