ଆସିଲା ୬ଟି ମିସକଲ ଏବଂ ଆକାଉଣ୍ଟରୁ ଗାୟବ ହୋଇଗଲା ୧.୮୬ କୋଟି ଟଙ୍କା

Published By : Prameya-News7 Bureau | January 03, 2019 IST

ମୁମ୍ବାଇ ୩/୧ : ମୋବାଇଲକୁ ମିସ୍‌ କଲ୍‌ ଆସିଲେ ଆମ ବିତରୁ କିଛି ଲୋକଙ୍କ ଅବ୍ୟାସ ଥାଏ କଲ୍‌ ବ୍ୟାକ କରିବା ତ କିଛି ଲୋକ ବିଲକୁଲ କଲ ବ୍ୟାକ କରିନଥାନ୍ତି । ହେଲେ କଲବ୍ୟାକ କରିବାର ଅଭ୍ୟାସ ପାଇଁ ମୁମ୍ବାଇର ଜଣେ ବ୍ୟବସାୟୀ ହରାଇଛନ୍ତି ୧କୋଟି ୮୬ ଲକ୍ଷ ଟଂକା ।

 ମୁମ୍ବାଇରେ ସିମ ସ୍ବାପିଙ୍ଗ ଜରିଆରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣଙ୍କ ହୋସ ଉଡିଯିବ | ମହିମ ଅଂଚଳରେ ରହୁଥିବା ଜଣେ ବ୍ୟବସାୟୀ ବି.ଶାହଙ୍କ ମୋବାଇଲକୁ ଡିସେମ୍ବର ୨୭ ଏବଂ ୨୮ ତାରିଖ ରାତିରେ ଦୁଇଟି ଭିନ୍ନ ଭିନ୍ନ ନମ୍ବରରୁ ୬ଟି ମିସକଲ ଆସିଥିଲା | ମିସକଲ ଆସିବାର କିଛି ସମୟ ପରେ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ କୋଟି ଟଙ୍କା ଗାୟବ ହୋଇଯାଇଥିଲା | ବ୍ୟବସାୟୀ ଯେତେବେଳେ ଏହି ଖବର ପାଇଲେ ସେତେବେଳେ ୧୪ଟି ଭିନ୍ନ ଭିନ୍ନ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇସାରିଥିଲା |

{"id":70060}

ସୂଚନାଯୋଗ୍ୟ ଯେ, ବି.ଶାହଙ୍କ ମୋବାଇଲକୁ ଯେଉଁ ନମ୍ବରରୁ ମିସକଲ ଆସିଥିଲା ସେଥିରୁ ଗୋଟିଏ କୋଡ଼ ନମ୍ବର (+୪୪) ବ୍ରିଟେନର ଥିଲା | ମିସକଲ ଦେଖି ସେ ଯେତେବେଳେ କଲ ବ୍ୟାକ କଲେ ତାଙ୍କ ନିଜ ନମ୍ବର ମଧ୍ୟ ବନ୍ଦ ହୋଇଯାଇଥିଲା | କିଛି ଗୋଟେ ଅଘଟଣର ଆଶଙ୍କା କରି ସେ ବ୍ୟାଙ୍କକୁ ଗଲେ | ବ୍ୟାଙ୍କ ଯାଇ ସେ ଚେକ କଲାବେଳେ ତାଙ୍କ ହୋସ ଉଡ଼ିଗଲା | ବ୍ୟାଙ୍କ ଯାଇ ସେ ଦେଖିଲେ ଯେ, ତାଙ୍କ ଆକାଉଣ୍ଟରୁ ୧.୮୬ କୋଟି ଟଙ୍କା ଅଲଗା ଅଲଗା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି | ବ୍ୟାଙ୍କ ଜାଣିପାରି ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୦ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ଫେରାଇ ଆଣିଥିଲା | ବାକିତକ ଟଙ୍କା ଦୁର୍ବୁର୍ତ୍ତମାନେ ଆକାଉଣ୍ଟରୁ କାଢି ନେଇଥିଲେ | ବଳକା ୨୦ ଲକ୍ଷ ନେଇନଥିଲେ | ଯେଉଁଥିପାଇଁ ସେହି ଟଙ୍କା ବ୍ୟାଙ୍କ ଵାଲା ଶାହଙ୍କ ଆକାଉଣ୍ଟକୁ ଫେରସ୍ତ କରିବାରେ ସଫଳ ହୋଇଥିଲେ | ଶାହ ଏନେଇ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ତାଙ୍କ ମାମଲା ଆଧାରରେ ଵିକେସି ସାଇବର କ୍ରାଇମ ପୋଲିସ ଆଇପିସି ଧାରା ୪୨୦, ୪୧୯, ୩୪ ଏବଂ ଆଇଟି ଆକ୍ଟ  ଧାରା ୪୩ ୬୬(ଡି) ଆଧାରରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ପୋଲିସ|

ପୋଲିସ କହିବାନୁଯାୟୀ, ଦୁର୍ବୁର୍ତ୍ତଙ୍କ ହାତରେ ଶାହଙ୍କ ୟୁନିକ ସିମ ନମ୍ବର ପଡିଯାଇଥିବ | ଏହି ଆଧାରରେ ସେମାନେ ସିମ ସ୍ବାପିଙ୍ଗ ପାଇଁ ଅନୁରୋଧ କରିଥିବେ | ତେବେ ଶାହ ୟୁନିକ ସିମ ନମ୍ବର କାହା ସହ ସେୟାର କରିନଥିବା କହିଛନ୍ତି |

ସାଇବର ଏକ୍ସପର୍ଟଙ୍କ କହିବାନୁଯାୟୀ, ଦୁର୍ବୁର୍ତ୍ତ ଫିସିଂ, ଭଏସ ଫିସିଂ ଏବଂ ସ୍କ୍ରିମିଙ୍ଗ ଜରିଆରେ ୟୁଜରଙ୍କ ବ୍ୟକ୍ତିଗତ ଡାଟା ସଂଗ୍ରହ କରିଥାନ୍ତି | ଫୋନରେ ମାଲୱେୟର ଇନଷ୍ଟଲ କରି ମଧ୍ୟ ୟୁଜରଙ୍କ ସିମ ସମ୍ବନ୍ଧୀୟ ଏବଂ ବ୍ୟକ୍ତିଗତ ସମସ୍ତ ତଥ୍ୟ ସଂଗ୍ରହ କରିଥାନ୍ତି |

{"id":70058}

ସିମ ସ୍ବେପିଙ୍ଗ ଜରିଆରେ ମେସେଜ ପଠେଇବାର କିଛି ସମୟ ପରେ ଗ୍ରାହକଙ୍କ ମୋବିଲ ନମ୍ବର ବନ୍ଦ ହୋଇଯାଇଥାଏ | ଏହାପରେ ୟୁଜରଙ୍କ ନମ୍ବର ବ୍ଲକ ହେବାପରେ ସେମାନେ ଗ୍ରାହକଙ୍କ ଫେକ ପରିଚୟ ପତ୍ର ପ୍ରମାଣର ସହାୟତାରେ ଏକ ମିଛ ସିମ କାର୍ଡ ବାହାର କରିଥାନ୍ତି | ଏହାପରେ ମୋବାଇଲ ନମ୍ବର ଏବଂ ମୋବାଇଲକୁ ଆସୁଥିବା ଓଟିପି ନମ୍ବର ହାସିଲ କରି ଗ୍ରାହକଙ୍କ ଅନଲାଇନ ବ୍ୟାଙ୍କିଙ୍ଗ ପାସୱାର୍ଡ଼ ବଦଳାଇ ଦେଇଥାନ୍ତି | ଏହା ପରେ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.