୧୬ଟି ପେଟ୍ରୋଲ ପମ୍ପରୁ ଆଦାୟ ହେଲା ୧.୮୩ ଲକ୍ଷ ଟଙ୍କା ଜରିମାନା: କଉଠି ମାପ ଭୁଲ ତ,କଉଠି ନଥିଲା କାଗଜପତ୍ର

Published By : Prameya-News7 Bureau | February 04, 2020 IST

ଭୁବନେଶ୍ବର୪/୨: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନସ୍ଥ ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟ ସୋମବାରରେ ରାଜ୍ୟର ୩୪ଟି ପେଟ୍ରୋଲ ପମ୍ପରେ ଯାଞ୍ଚ କରିଥିଲା। ଏଥିମଧ୍ୟରୁ ୧୬ଟି  ପେଟ୍ରୋଲ ପମ୍ପରେ ଗଫଲତି ଧରିଥିଲା ବିଭାଗ। ଏସବୁ ପେଟ୍ରୋଲ ପମ୍ପରୁ ମୋଟ୍ ୧ ଲକ୍ଷ ୮୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୭ଟି ପମ୍ପରୁ କମ୍‌ ପାଇଁ ଓ ୯ଟି ପମ୍ପରୁ ବୈଧ ମାପ ବିଜ୍ଞାନ ନିୟମର ଖିଲାପର ଅନ୍ୟାନ୍ୟ ତ୍ରୁଟି ଲାଗି ଜରିମାନାରେ ଦଣ୍ଡିତ କରାଯାଇଛି। ଏଥିମଧ୍ୟରେ ଭୁବନେଶ୍ବରରେ ୩ଟି ପେଟ୍ରୋଲ ପମ୍ପ ରହିଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ନଣେନ୍ଦ୍ର ପ୍ରତାପ ସ୍ବାଇଁ ଗତ ୨୮ ତାରିଖରେ ପେଟ୍ରୋଲ ଗୁଡିକରେ ଠିକେଇ ରୋକିବାକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।। ଭୁବନେଶ୍ବର ୩ଟି ପେଟ୍ରୋଲ ପମ୍ପରେ ଯାଞ୍ଚବେଳେ ଗୋଟିଏ ସ୍ଥାନରେ କମ୍ ମାପ ପାଇଁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ବ୍ରହ୍ମପୁରରେ ଯାଞ୍ଚ କରାଯାଇଥିବା ୯ଟି ପମ୍ପ ମଧ୍ୟରୁ କମ୍ ମାପ ପାଇଁ ଦୁଇଟି ଓ ଆବଶ୍ୟକ ପ୍ରମାଣପତ୍ର ପ୍ରଦର୍ଶନ କରାଯାଇ ନଥିବାରୁ ଗୋଟିଏ ପମ୍ପରୁ ମୋଟି ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। କଟକର ୫ଟି ପେଟ୍ରୋଲ ପମ୍ପରେ ଯାଞ୍ଚ କରାଯାଇଥିବାବେଳେ ଗୋଟିଏ ପମ୍ପରେ ପ୍ରମାଣପତ୍ର ଟଙ୍କା ଯାଇ ନଥିବାରୁ ୨୦ ହଜାର ଟଙ୍କା ଜରିମାନା ଦଣ୍ଡିତ କରାଯାଇଛି।

ସେହିପରି ଜଗତସିଂହପୁରର ୪ଟି ପେଟ୍ରୋଲ ପମ୍ପକୁ କମ୍‌ ମାପ ପାଇଁ ଗୋଟିଳ ପମ୍ପକୁ ପ୍ରମାଣ ପିତ୍ର ନଥିବାରୁ ମୋଟ ୪୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ବାଲେଶ୍ବରର ୩ଟି ପେଟ୍ରୋଲ ପମ୍ପରେ ପ୍ରମାଣପତ୍ର ନଥିବାରୁ ମୋଟ ୨୫ ହଜାର ଟଙ୍କା ଓ ସମ୍ବଲପୁରର ଗୋଟିଏ ପେଟ୍ରୋଲ ପମ୍ପରୁ ୨୮ ହଜାର ଟଙ୍କା ଆଦାୟ ହୋଇଛି। ସେହି ରାଉରକେଲାର ଗୋଟିଏ ପେଟ୍ରୋଲ ପମ୍ପରୁ ୨୫ ହଜାର  ଟଙ୍କା ଜରିମନା ଆଦାୟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.