Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ବନ୍ଧୁକ ମୁନରେ ଲୁଟ୍ : ୧.୭ ଲକ୍ଷ ଟଙ୍କା ଲୁଟିନେଲେ ବାଇକ୍ ଲୁଟେରା

15/01/2021 at 4:47 PM

ରାଇରଙ୍ଗପୁର ୧୫।୧: ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଅଞ୍ଚଳରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଏହି ଅଞ୍ଚଳରେ ବାରମ୍ବାର ଲୁଟେରାମାନେ ଲୁଟ୍ କରିବାର ଲାଗିଛନ୍ତି । ଏଭଳି ଲୁଟ୍ ଘଟଣା ଘଟିଛି ବହଳଦା ଥାନା କାଙ୍କି ନିକଟରେ ।

ସୂଚନାଯୋଗ୍ୟ ଯେ, ବନ୍ଧନ ବ୍ୟାଙ୍କର ତିନି ଜଣ କର୍ମଚାରୀ ଦୁଇଟି ବାଇକରେ ଋଣ ଟଙ୍କା ସଂଗ୍ରହ କରି ଫେରୁଥିଲେ । ଏହି ସମୟରେ ଦୁଇଟି ବାଇକରେ ଚାରି ଜଣ ଲୁଟେରା କାଙ୍କି ନିକଟ ନିଛାଟିଆ ରାସ୍ତାରେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଅଟକାଇ ଥିଲେ । ଜୀବନରୁ ମାରିଦେବାକୁ ଧମକ ଦେଇ ଜଣେ ବ୍ୟାଙ୍କ କର୍ମଚାରୀ ନିକଟରୁ ଲକ୍ଷେ ୭୦ ହଜାର ଟଙ୍କା ନେଇ ଯାଇଥିବା ବେଳେ ୨୮ ହଜାର ଟଙ୍କା ନେଇ ପାରି ନ ଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ କରିଛି ।

ସହରରେ ବାରମ୍ବାର ବାଇକ୍ ଲୁଟେରା ଗୋଟିଏ ପରେ ଗୋଟିଏ ଲୁଟ୍ ଘଟଣା ଘଟାଇ ଚାଲିଥିବା ବେଳେ ପୋଲିସ ଟେର ପାଉ ନ ଥିବାକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼େଇ ଦେଇଛି ।

   Related Posts