'ଦେଶରେ ଟିକାର ଅଭାବ ନାହିଁ, ରାଜ୍ୟଗୁଡିକରେ ୧.୫୮ କୋଟି ଡୋଜ୍‌ ମହଜୁଦ ଅଛି' : ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ

Published By : Prameya-News7 Bureau | April 17, 2021 IST

ନୂଆଦିଲ୍ଲୀ ୧୭/୦୪ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଶନିବାର ୧୧ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଭିସି ଜରିଆରେ ବୈଠକ କରିଛନ୍ତି । ଦେଶ​ରେ କରୋନା ସଂକ୍ରମଣ ଏବେ ଉପର ମୁହାଁ ହୋଇଥିବା ବେଳେ ସଂକ୍ରମଣ କମାଇବା ପାଇଁ ବିଭିନ୍ନ ପନ୍ଥା​‌ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର । ତେବେ ଦେଶରେ ଏବେ ଟିକାର ଅଭାବ ରହିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ।

ଡା. ହର୍ଷବର୍ଦ୍ଧନ କହିଛନ୍ତି, ଦେଶରେ ବିଭିନ୍ନ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୧୪ କୋଟି ୧୫ ଲକ୍ଷ ଡୋଜ ଭ୍ୟାକସିନ୍‌ ପଠାଯାଇସାରିଛି । ସେଥିମଧ୍ୟରୁ ରାଜ୍ୟମାନେ ୧୨ କୋଟି ୫୭ ଲକ୍ଷ ୧୮ ହଜାର ଡୋଜ ଭ୍ୟାକସିନ୍‌ ବ୍ୟବହାର ହୋଇସାରିଛି । ବର୍ତ୍ତମାନ ଆହୁରି ଏକ କୋଟି ୫୯ ଲକ୍ଷ ଭ୍ୟାକସିନ୍‌ ମହଜୁଦ ଅଛି । ଏହା ସହିତ ଆହୁରି ୧ କୋଟି ୧୬ ଲକ୍ଷ ୮୪ ହଜାର ଡୋଜ୍‌ ଭ୍ୟାକସିନ୍‌ ପଠାଇବା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଦେଶରେ ଏବେ ଭ୍ୟାକସିନ୍‌ର ଅଭାବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ।

ଦେଶରେ ମୋଟ ୬୬,୬୮୯ଟି କୋଭିଡ୍‌ ଟିକାକରଣ କେନ୍ଦ୍ର ଚାଲୁରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୨ କୋଟି କୋଭିଡ୍‌ ଡୋଜ୍‌ ଦିଆସରିଲାଣି । ଏହା ସହିତ ୯୧ ଲକ୍ଷ ୪ ହଜାର ୬୮୦ ଜଣ ସ୍ବାସ୍ଥ୍ୟକର୍ମୀ ଭ୍ୟାକସିନ୍‌ ନେଇସାରିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.