Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭୁବନେଶ୍ଵର ପହଞ୍ଚିଲା ଦେଢ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା

30/04/2021 at 9:46 PM

ଭୁବନେଶ୍ଵର ୩୦।୦୪: ବଢୁଥିବା ସଂକ୍ରମଣ ମଧ୍ୟରେ ଦେଶରେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ହେଲେ ଆବଶ୍ୟକ ମୁତାବକ ଟିକା ନଥିବାରୁ ଓଡିଶାରେ ମେ ୧ରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ଆରମ୍ଭ ହେଉନାହିଁ। ଟିକା ପାଇଁ ସିରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍‌କୁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ଏହା ମଧ୍ୟରେ ଶୁକ୍ରବାର ଭୁବନେଶ୍ଵରରେ କୋଭାକ୍ସିନର ଦେଢ ଲକ୍ଷ ଡୋଜ୍ ପହଞ୍ଚିଛି। ୧୮ରୁ ୪୪ ବର୍ଷ ବର୍ଗଙ୍କ ଟିକାକରଣ ପାଇଁ କୋଭାକ୍ସିନ ପହଞ୍ଚିଛି। ସଟ୍‌ଡାଉନ୍‌ ସତ୍ତ୍ଵେ କାଲିଠୁ ଟ୍ରାଏଲ ବେସ୍‌ରେ କିଛି  ଲୋକଙ୍କୁ ଟିକା ଦିଆଯିବ। ତେବେ ସୋମବାରଠୁ କେବଳ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଟିକାକରଣ ହେବ ବୋଲି ଜଣା ପଡିଛି।

ରାଜ୍ୟରେ ପ୍ରାୟ ୧.୯୩ କୋଟି ୧୮ରୁ ୪୪ ବର୍ଷର ଲୋକ ଅଛନ୍ତି। ସମସ୍ତଙ୍କୁ ମାଗଣା ଟିକା ଦିଆଯିବ। କିନ୍ତୁ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ହୋଇ ପାରିବ ନାହିଁ। ଆବଶ୍ୟକ ମୁତାବକ ଟିକା ମହଜୁଦ ନଥିବାରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କେବେ ଟିକାକରଣ ହେବ କହି ପାରିବ ନାହିଁ। ଟିକା ପାଇଁ ଦୁଇ କମ୍ପାନୀକୁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ଭାରତ ବାୟୋଟେକ୍‌କୁ ପ୍ରଥମେ ୫ ଲକ୍ଷ ଏବଂ ସିରମକୁ ମେ ମାସରେ ୪୦ ଲକ୍ଷ ଟିକା ଦେବାକୁ କହିଛୁ। ପର ମାସରେ ୬୦ ଲକ୍ଷ ଡୋଜ୍ ଦେବାକୁ ଅର୍ଡର ଦିଆଯାଇଥିବା ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

   Related Posts