ଦେଢ କ୍ୱିଣ୍ଟାଲ ଭାଙ୍ଗ ବୋଝେଇ ଅଟୋ ରିକ୍ସା ଜବତ
14/08/2018 at 7:21 AM

ଟାଙ୍ଗି ୧୪/୮ : ଟାଙ୍ଗିରୁ ଦେଢ କ୍ୱିଣ୍ଟାଲ ଭାଙ୍ଗ ବୋଝେଇ ଅଟୋ ରିକ୍ସା ଜବତ ହୋଇଛି | ଟାଙ୍ଗୀ ଅବକାରୀ ବିଭାଗ ନିରାକାରପୁର ଛକ ନିକଟରୁ ଅଟୋଟିକୁ ଜବତ କରିଛି । ଆଜି ଭୋରୁ ଭୋରୁ ଟାଙ୍ଗୀ ଅବକାରୀ ବିଭାଗ ଏହି ଧରପଗଡ କରିଛି । ଜଙ୍କିଆ ରୁ ପୁରୀ ଯାଉଥିଲା ଏହି ଭାଙ୍ଗ | ଅଟୋ ଚାଳକକୁ ଗିରଫ କରିଛି ଟାଙ୍ଗୀ ଅବକାରୀ ବିଭାଗ । ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି କହିଛନ୍ତି ଅବକାରୀ ବିଭାଗ ।
ବିଶେଷସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ବିଭାଗର ନିରିକ୍ଷକ ପ୍ରବୀର ସାମଲଙ୍କ ନେତୃତ୍ଵରେ ପେଟ୍ରୋଲିଂ ବେଳେ ନିରାକାରପୁର ଛକ ନିକଟରୁ ଭାଙ୍ଗ ବୋଝେଇ ଅଟୋ ରିକ୍ସା ଜବତ କରିଛି । ଗିରଫ ଅଟୋ ଚାଳକ ଜଣଙ୍କ ପୁରୀ ଜିଲ୍ଲା ମାଳତିପାଟପୁର ଗ୍ରାମର ପଦ୍ମ ଚରଣ ମାଝି ବୋଲି ଜଣ ପଡିଛି । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି ।