ଗରିବଙ୍କୁ ମାଗଣାରେ ଦେଢ କୋଟି ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯାଇଛି-ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | April 16, 2020 IST

ଭୁବନେଶ୍ୱର, ୧୬|୦୪:  ଗତ ୨ ସପ୍ତାହ ମଧ୍ୟରେ ଗରିବଙ୍କୁ ପ୍ରାୟ ଦେଢ କୋଟି ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯାଇଛି । ଲକଡାଉନ ସମୟରେ ଗରିବମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେଇ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅସହାୟ ଓ ଗରିବଙ୍କ ପାଇଁ ଅନେକ ଘୋଷଣା କରାଯାଇଛି । ଲକଡାଉନ ସମୟରେ ଏପ୍ରିଲରୁ ଜୁନ ମଧ୍ୟରେ ଉଜ୍ଜ୍ୱଳା ଯୋଜନାରେ ତିନୋଟି ଏଲପିଜି ସିଲିଣ୍ଡର ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଇଛି । ଏଥିରେ ପ୍ରାୟ ୮କୋଟି ଉପଭୋକ୍ତା ଉପକୃତ ହେବେ । ଅଏଲ ମାର୍କେଟିଂ କମ୍ପାନୀମାନେ ମଧ୍ୟ ଏ ଦିଗରେ ସଚେତନ ଅଛନ୍ତି । ଏହା ମଧ୍ୟରେ ଉଜ୍ଜଳା ଯୋଜନାରେ ୧.୫୧ କୋଟିରୁ ଅଧିକ ଗ୍ୟାସ ସିଲିଣ୍ଡର ବଣ୍ଟନ କରାଯାଇ ସାରିଛି । ଏକ ସମୀକ୍ଷା ବୈଠକ ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

{"id":255388,"width":746,"height":558,"sizeSlug":"large"}

ଅଏଲ ମାର୍କେଟିଂ କମ୍ପାନୀମାନେ ଦୈନିକ ପ୍ରାୟ ୫୦ରୁ ୬୦ ଲକ୍ଷ ସିଲିଣ୍ଡର ବିତରଣ କରୁଛନ୍ତି । ଏହା ମଧ୍ୟରୁ ଉଜ୍ଜ୍ୱଳା ଯୋଜନାରେ ପ୍ରାୟ ୧୮ ଲକ୍ଷ ସିଲିଣ୍ଡର ପ୍ରଦାନ କରାଯାଉଛି । ୮୦୦ରୁ ଅଧିକ ସିଲିଣ୍ଡର ଡେଲିଭରୀ ବୟଙ୍କ ସହ ଏକ ଆଲୋଚନାରେ ଭାଗ ନେଇ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି । କରୋନା ଭାଇରସ ଭଲି ମହାମାରୀ ସମୟରେ ସେମାନେ ଯୋଦ୍ଧାଙ୍କ ଭୂମିକା ନିର୍ବାହ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହି ସମୟରେ ଅନେକ ଡେଲିଭରୀ ବୟ ସେମାନଙ୍କ ଅନୁଭୂତି ବଖାଣିଥିଲେ । କମ୍ପାନୀ ସେମାନଙ୍କୁ ସାବୁନ, ସାନିଟାଇଜର, ମାସ୍କ, ଗ୍ଲୋଭସ୍ ଆଦି ଦେଇଛି ଓ ସେମାନେ ଡେଲିଭରୀ ପୂର୍ବରୁ ସିଲିଣ୍ଡରକୁ ମଧ୍ୟ ସାନିଟାଇଜ କରୁଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.