Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ମନ ଇଚ୍ଛା କିଣିଲେ : ଖୋଲୁଖୋଲୁ ବୋହିନେଲେ ୧.୧୨ କୋଟିର ମଦ, ଢକ ଢକ ଢୋକିଦେଲେ ୨୦ହଜାର ଲିଟର

26/05/2020 at 9:31 AM

ଭୁବନେଶ୍ୱର ୨୬।୦୫: ମଦ ଦୋକାନ ସାମ୍ନାରେ କୌଣସି ମତେ ଭିଡ଼ ହେବନି । କେବଳ ଅନ୍‌ଲାଇନ୍‌ ଯୋଗେ ମଦ ବିକାଯିବ ବୋଲି ନିୟମ କରିଥିଲେ ସରକାର । ହେଲେ ପ୍ରଥମ ଦିନରେ ଏହି ନିୟମକୁ ବାଏଁ ବାଏଁ କରି ଉଡ଼ାଇ ଦେଇଛନ୍ତିି ରାଜଧାନୀର ପ୍ରାୟ ସବୁ ମଦ ଦୋକାନୀ । ଗ୍ରାହକଙ୍କଠୁ ନଗଦ ଟଙ୍କା ରଖି ଦୋକାନରେ ମଦ ବିକିଛନ୍ତି । ମଦ ପାଇଁ ବାଉଳା ହେଉଥିବା ଗ୍ରାହକଙ୍କ ବି ପଛରେ ପଡିନାହାନ୍ତି । ସାମାଜିକ ଦୂରତା ନିୟମ ଭୁଲି ମଦ କିଣିବାକୁ ଠେଲାପେଲା ହୋଇଛନ୍ତି । ପରିସ୍ଥିତି ଏମିତି ହେଲା ଯେ, ମୃଦୁ ଲାଠିଚାଳନା କରି ଗ୍ରାହକଙ୍କୁ ଘଉଡ଼ାଇ ଦୋକାନ ବନ୍ଦ କରିଛି ପୁଲିସ । ଉତ୍ତେଜନା ଓ ଠେଲାପେଲା ଭିତରେ ପ୍ରଥମ ଦିନରେ ୧ କୋଟି ୧୨ଲକ୍ଷ ଟଙ୍କାର ମଦ ବୋହି ନେଇଛନ୍ତି ।

ସୋମବାର ସକାଳ ୭ଟା ପୂର୍ବରୁ ରାଜଧାନୀର ପ୍ରାୟ ସବୁ ମଦ ଦୋକାନ ସାମ୍ନାରେ ଗ୍ରାହକଙ୍କ ଭିଡ଼ ଜମିଥିଲା । ଦୋକାନର ସଟର ଅଧା ଖୋଲିବା କ୍ଷଣି ଗ୍ରାହକଙ୍କ ଠେଲାପେଲା ଆରମ୍ଭ ହୋଇଗଲା । ସିଧା ଦୋକାନୀଙ୍କ ଠାରୁ ମଦ କିଣା ଚାଲିଲା। ପୁଳାପୁଳା ବୋତଲ ମଦ କିଣି ବୋହି ନେଇଥିଲେ ଲୋକେ । ସେପଟେ ଅବକାରୀ ବିଭାଗ ପକ୍ଷରୁ ପ୍ରଦତ୍ତ ୱେବ୍‌ସାଇଟ୍‌ରେ ହୋମ୍‌ ଡେଲିଭରି ନେଇ ସଠିକ୍‌ ତଥ୍ୟ ନ ପାଇଁ ଅନେକ ଗ୍ରାହକ ମଦ ଦୋକାନ ମୁହାଁଁ ହୋଇଥିଲେ । ଦୋକାନ ସାମ୍ନାରେ ଛପାଯାଇ ଥିବା ମୋବାଇଲ୍‌ ନମ୍ବରରେ ଗ୍ରାହକ ଅର୍ଡର କରିଥିଲେ । ହେଲେ ଦୋକାନରୁ ମଦ ମିଳୁଥିବା ଦେଖି ସେଠାରେ ଲାଇନ୍‌ ଲଗାଇ ମଦ କିଣି ଘରକୁ ନେଇଥିଲେ । ଆଉ କିଛି ମଦ କଳାବଜାର କରିବା ଲକ୍ଷ୍ୟରେ ଦୋକାନୀଙ୍କ ସହ ସଲାସୁତୁରା କରି ହଜାର ହଜାର ଟଙ୍କାର ମଦ କିଣି ନେଇଥିଲେ ।

ଏମିତି ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । କିଛି ଦୋକାନ ସାମ୍ନାରେ ଠେଲାପେଲା ଓ ହୋ ହଲ୍ଲା ଆରମ୍ଭ ହୋଇଥିଲା । ବିଶେଷ କରି କଟକ ରୋଡର ୨-୩ଟି ଦୋକାନ, ଜନପଥରେ ଥିବା ୨ଟି ଦୋକାନ, ବରମୁଣ୍ଡା, ଖଣ୍ଡଗିରି ଅଞ୍ଚଳର ୨ଟି ଦୋକାନ ଓ ଡମଣାର ଗୋଟିଏ ଦୋକାନ ସାମ୍ନାରେ ଦୋକାନୀ ଓ କର୍ମଚାରୀ ମୁହାଁମୁହିଁ ହୋଇଥିଲେ । ଖବର ପାଇ ପୁଲିସ ଦୋକାନ ସାମ୍ନାରେ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲା । ଗ୍ରାହକଙ୍କୁ ଦୋକାନ ସାମ୍ନାରୁ ଘଉଡ଼ାଇଥିଲା । ବେଆଇନ୍‌ ଭାବେ ମଦ ବିକୁଥିବା କିଛି କର୍ମଚାରୀଙ୍କୁ ଉଠାଇ ନେଇଥିଲା । ପରେ ଅପରାହ୍ଣ ଯାଏଁ ମଦ ବେପାରରେ ଏମିତି ପରିସ୍ଥିତି ଦେଖା ଦେଇଥିଲା । ଅପରାହ୍ଣରେ କିଛି ଦୋକାନ ଖୋଲିବା ପରେ ସମାନ ଢ଼ଙ୍ଗରେ ଗ୍ରାହକ ସିଧା ଦୋକାନରୁ ମଦ କିଣିଥିଲେ ।

   Related Posts