Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଭାଇରସ୍ ଦେଶ ଚୀନ : କରୋନା ପରେ ଏବେ ବ୍ୟାପିଲାଣି ସ୍ବାଇନ୍‌ ଫ୍ଳୁ, ସଂକ୍ରମଣ ଭୟରେ ହାଇ ସିକ୍ୟୁରିଟି ବିଲଡିଂରେ ୧୦ ହଜାର ଘୁଷୁରି

2/08/2021 at 9:38 PM

ନୂଆଦିଲ୍ଲୀ ୦୨/୦୮ : କରୋନା ପରେ ଏବେ ଚାଇନା​‌ରେ ସ୍ବାଇନ୍‌ ଫ୍ଲୁ ଭୟ । ଚୀନର ବ୍ୟାପକ ହେବାରେ ଲାଗିଛି ଏହି ଆଫ୍ରିକୀୟ ଭାଇରାଲ ସ୍ବାଇନ୍‌ ଫ୍ଲୁ । ଚାଇନାରେ ଘୁଷୁରି ମାଂସକୁ ଅତ୍ୟାବଶ୍ୟକ ଖାଦ୍ୟ ଭାବେ ଗ୍ରହଣ କରାଯାଉଥିବା ବେଳେ ଏହାର ଚାଷ ମଧ୍ୟ କରାଯାଇଥାଏ । କିନ୍ତୁ ଗତ କିଛି ଦିନ ଧରି ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ଅଧାରୁ ଅଧିକ ଘୁଷୁରିଙ୍କ ମୃତ୍ୟୁ ହେଲାଣି । ଅର୍ଥାତ ସେଠାରେ ଚାଷ ହେଉଥିବା ଘୁଷୁରି ଫାର୍ମମାନଙ୍କରେ ଭୟଙ୍କର ଭାବେ ବଢିବାରେ ଲାଗିଛି ସ୍ବାଇନ୍‌ ଫ୍ଲୁ ।

ଏହାକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ ଫାର୍ମରେ ଚାଷ ହେଉଥିବା ପ୍ରାୟ ୧୦ ହଜାର ଘୁଷୁରୀଙ୍କୁ ସ୍ଥାନାନ୍ତର କରାଯାଇ ସ୍ବତନ୍ତ୍ର ଗ୍ୟହରେ ରଖାଯାଇଛି । ସେଠାରେ ଯିବା ଆସିବା ଉପରେ କଟକଣା ଲାଗିବା ସହିତ, ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଏବଂ ସେମାନଙ୍କୁ ୨୪ ଘଣ୍ଟିଆ ନୀରିକ୍ଷଣ​‌ରେ ରଖାଯାଇଛି । ଯେଉଁଠାରେ ଘୁଷୁରିମାନଙ୍କୁ ରଖାଯାଇଛି ସେଗୁଡିକୁ ‘ହୋଗ୍‌ ହୋଟେଲ୍ସ’ ନାମରେ ନାମିତ କରାଯାଇଛି । ଇବୋଲା ଭାଇରସ ଯେଉଁଭଳି ଭାବେ ଲୋକମାନଙ୍କୁ ମୃତ୍ୟୁମୁଖକୁ ଟାଣି ନେଉଥିଲା ବର୍ତ୍ତମାନ ଚାଇନାରେ ସ୍ବାଇନ୍‌ ଫ୍ଳୁ ମଧ୍ୟ ଘୁଷୁରିମାନଙ୍କୁ ମାରୁଛି । ତେବେ ଏହା ମଣିଷ ଶରୀରରେ ପ୍ରବେଶ କରିବା କୌଣସି ବଡ କଥା ନୁହେଁ ।

ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ଘୁଷୁରିମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସ୍ବତନ୍ତ୍ର ଗୃହରେ ରଖାଯାଇଛି । ୨୦୧୮ ମସିହାରେ ଚାଇନା​‌ରେ ଇବୋଲା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଇଥିଲା । ଗତ ବର୍ଷକ ମଧ୍ୟରେ ପ୍ରାୟ ୪୦୦ ମିଲିୟନ ଘୁଷୁରିଙ୍କ ଜୀବନ ଗଲାଣି । ୨୦୧୮ ମସିହାରେ ପ୍ରଥମେ ଆଫ୍ରିକୀୟ ସ୍ବାଇନ୍‌ ଫ୍ଲୁ ବିଷୟରେ ଜଣାପଡିଥିଲା । ପରେ ଏହା ଚାଇନା ଏବଂ ଋଷ ସୀମାରେ ବ୍ୟାପିଥିଲା । ପ୍ରାୟ ୩୧ଟି ରାଜ୍ୟ, ମ୍ୟୁନିସିପାଲିଟି ଏବଂ ଅଟୋନୋମସ ଅଞ୍ଚଳରେ ବ୍ୟାପିଥିଲା ସ୍ବାଇନ୍‌ ଫ୍ଲୁ ।

ଏହା ବ୍ୟତିତ ଚାଇନାରେ କିଛି ଲୋକଙ୍କ ଶରୀରରେ ମଧ୍ୟ ସ୍ବାଇନ୍‌ ଫ୍ଲୁ ଚିହ୍ନଟ ହୋଇସାରିଲାଣି । ୨୦୨୧ ମସିହାରେ ୧୧ ଜଣଙ୍କ ଶରୀରେ ଦେଖାଯାଇଛି ସ୍ବାଇନ୍‌ ଫ୍ଲୁ । ଫଳରେ ପ୍ରାୟ ୨ହଜାର ଘୁଷୁାରିଙ୍କୁ ହତ୍ୟା କରିବାକୁ ପଡିଥିଲା । ଏ ନେଇ ସୂଚନା ଦେଇଛି ଚୀନର କୃଷି ମନ୍ତ୍ରାଳୟ । ୨୦୧୮ ମସିହାରେ ପ୍ରଥମେ ଏହି ଭାଇରସକୁ ଚିହ୍ନଟ କରାଯିବା ପରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ବ ଘୁଷୁରିଙ୍କୁ ହତ୍ୟା କରିଥିଲା ଚୀନ ।  

   Related Posts