୮ ଟେଲିକମ୍ କମ୍ପାନୀଙ୍କୁ ସୁପ୍ରିମେକୋର୍ଟଙ୍କ ଝଟକା, ସରକାରଙ୍କୁ ଦେବେ ବକେୟା ୯୨ହଜାର କୋଟି ଟଙ୍କା
24/10/2019 at 10:08 PM

ନୂଆଦିଲ୍ଲୀ ୨୪।୧୦ – ଟେଲିକମ୍ କମ୍ପାନୀଙ୍କୁ ସୁପ୍ରିମେକେ।ଟଙ୍କ ଝଟକା । କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗର ଏକ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ପରେ ଦେଶର ୮ ଟେଲକମ କମ୍ପାନୀ ବକେୟା ୯୨ ହଜାର କେ।ଟିରୁ ଅଧିକ ଟଙ୍କା ଦେବେ ବୋଲି ଜଣାପଡ଼ିଛି । ତେବେ କେନ୍ଦ୍ରକୁ ୬ମାସ ଭିତରେ ଟେଲିକମ କମ୍ପାନୀ ବକେୟା ଟଙ୍କା ଦେବେ ବୋଲି ସୁପ୍ରିମକେ।ର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଏହି ବକେୟା ଟଙ୍କା ଗୁଡ଼ିକ ଭିତରେ ଏଜିଆର ରେ ଲାଇସେନ୍ସ ଟଙ୍କା ଏବଂ ସ୍ପେକ୍ଟ୍ରମ ବ୍ୟବହାର ଏବଂ ଅନ୍ୟାନ୍ୟ ଟଙ୍କା ରହିଛି । ଏହି ଟଙ୍କା ସବୁ ଦେବାକୁ ଟେଲିକମ କମ୍ପାନୀ ୬ ମାସ ସମୟ ମାଗିଥିଲେ ।
୧୯୯୯-୨୦୦୦ ମସିହାରୁ ଟେଲିକମ କମ୍ପାନୀ ଏବଂ ଦୂରସଞ୍ଚାର ବିଭାଗ ମଧ୍ୟରେ ଏହି ବିବାଦ ଚାଲିଥିଲା । ତେବେ ଆଗାମୀ ଦିନରେ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ବା ବିବାଦ ନରହିବା ଉଚିତ ବୋଲି ସୁପ୍ରିମକେ।ର୍ଟ କହିଛନ୍ତି । ଟେଲିକମ ସେବା ଯେ।ଗାଉଥିବା କମ୍ପାନୀ ମାନେ ଦୀର୍ଘ ବର୍ଷ ହେବ ବକେୟା ଟଙ୍କା ଦେଇ ନାହାନ୍ତି। ଏବେ ସେମାନଙ୍କୁ ବକେୟା ଟଙ୍କାର ସୁଧ ଏବଂ ଜୋରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।