Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

୭୨ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ

8/07/2020 at 10:57 PM

ନୀଳଗିରି୮/୭: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତରେ ୧୬ ଜଣ କରୋନା ପଜିଟିଭ ବାହାରିବା ପରେ ସ୍ଥାନୀୟ ସରପଞ୍ଚ ସବିତା ଖାଲପାଳିଆ ବ୍ଲକ୍ ର ପ୍ରଥମ ସରପଞ୍ଚ ଭାବେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଂଚାୟତକୁ ୭୨ ଘଣ୍ଟା ପାଇଁ ସଟ ଡାଉନ ଘୋଷଣା କରିଛନ୍ତି। ନୀଳଗିରି ବ୍ଲକ ଅଧିନ ସଜନାଗଡ଼ ପଂଚାୟତରେ ସୋମବାର ଦିନ ୧୨ ଜଣ କରୋନା ରୋଗୀ ଚିହ୍ନଟ ପରେ ଆଜି ପୁଣି ୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ଅନେକ ଭୁବନେଶ୍ୱର,କର୍ଣ୍ଣାଟକ, ଚେନ୍ନାଇ ଓ ଅନ୍ୟ ରାଜ୍ୟରୁ ଫେରିବା ପରେ କ୍ବରେଣ୍ଟାଇନ୍‌ ଗୃହରେ ରହିବା ପରେ ହୋମ୍‌ କ୍ବରେଣ୍ଟାଇନ୍‌ରେ ରହିଥିଲେ। ହେଲେ ଜଣକ ପରେ ଜଣେ ଅସୁସ୍ଥ ହେବା ପରେ ଗତ ୪ ତାରିଖରେ ସ୍ୱାବ ନମୁନା ଦେବା ପରେ କରୋନା ଚିହ୍ନଟ ହୋଇଥିଲେ। ତେବେ ଲକଡାଉନ କଟକଣା ପାଇଁ ନିୟମ କୋହଳ ହୋଇଥିବାରୁ ପଂଚାୟତବାସୀଙ୍କ ସୁରକ୍ଷା ପାଇଁ ସରପଞ୍ଚ ସବିତା ଖାଲପାଳିଆ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି।

ଆସନ୍ତାକାଲି ୭୨ ଘଣ୍ଟା ପର୍ଯ୍ୟନ୍ତ ସେ ପଂଚାୟତକୁ ସଟଡାଉନ ଘୋଷଣା କରିଛନ୍ତି। ଏନେଇ ସେ ଉପ-ଜିଲ୍ଲାପାଳ ଓ ଆଇଆଇସି ନୀଳଗିରିକୁ ପତ୍ର ମାଧ୍ୟମରେ ଜଣାଇବା ସହ ମାଇକ ଯୋଗେ ପଂଚାୟତରେ ପ୍ରଚାର ପ୍ରସାର କରିଛନ୍ତି। ଏପରି କି ପଞ୍ଚାୟତର ବିଭିନ୍ନ ସ୍ଥାନରେ ସାନିଟାଇଜର କରାଇଛନ୍ତି।

   Related Posts